Odisha Link
Bridging the Missing Links in Odisha

ଶ୍ରୀଲିଙ୍ଗରାଜ ମନ୍ଦିରରୁ ଖସୁଛି ପଥର ଖଣ୍ଡ

ଭୁବନେଶ୍ବର: ରାଜ୍ୟର ପ୍ରସିଦ୍ଧ ଶୈବପୀଠ ଲିଙ୍ଗରାଜ ମନ୍ଦିରୁ ଖସୁଛି ପଥର ଖଣ୍ଡ। ଏପରିକି ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ବିଶ୍ୱ ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରତି ଘୋର ଅବହେଳା କରୁଥିବା ଅଭିଯୋଗ ହୋଇଛି। ଦୀର୍ଘ ଦିନ ହେବ ମନ୍ଦିରରେ ସାମାନ୍ୟତମ ରକ୍ଷଣାବେକ୍ଷଣ କରୁନଥିବା ଅଭିଯୋଗ ହୋଇଛି।

ଏପପରିକି ମନ୍ଦିରର ନାଟମଣ୍ଡପ ଓ ମୁଖ୍ୟ ମନ୍ଦିରରେ ଫାଟ ସୃଷ୍ଟି ହେଲାଣି। ଏହି ଫାଟଗୁଡ଼ିକ କାଳକ୍ରମେ ବଡ଼ ହେବାରେ ଲାଗିଛି । ସେଥିରୁ ସମୟ ବ୍ୟବଧାନରେ ଛୋଟ ଛୋଟ ପଥର ଖଣ୍ଡ ଖସିବା ଆରମ୍ଭ ହେଲାଣି। ମନ୍ଦିର ସଂରକ୍ଷଣ ପାଇଁ କୋଟି କୋଟି ଟଙ୍କା କେନ୍ଦ୍ରୀୟ ଅନୁଦାନ ଆସୁଛି। ହେଲେ ସ୍ଥାନ ସ୍ଥାନୀୟ ଭୁବନେଶ୍ୱର ମଣ୍ଡଳ କର୍ତ୍ତୃପକ୍ଷ ସେ ଅର୍ଥ ବିନିଯୋଗ ନକରି ଅନ୍ୟତ୍ର ଖର୍ଚ୍ଚ କରୁଛନ୍ତି। ସବୁଠାରୁ ବଡ଼ କଥା ସିଂହଦ୍ୱାରର ଜଳାକବାଟି ତୋଫାନରେ ଉଡ଼ି ଯାଇଥିବା ବେଳେ ମନ୍ଦିର ଅସୁରକ୍ଷିତ ହୋଇପଡ଼ିଛି। ଏହି ସାମାନ୍ୟ କାମ ବି ଏଏସ୍‌ଆଇ କର୍ତ୍ତୃପକ୍ଷ ଦ୍ୱାରା ହେଉନାହିଁ। ଏହାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ଦେଖାଦେଇଛି।

Leave A Reply

Your email address will not be published.