Odisha Link
Bridging the Missing Links in Odisha

ଦିନ ୨ଟାରୁ ୨.୩୦ରେ ମଧ୍ୟରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ଆଜି ଦିନ ୨ଟାରୁ ୨ଟା୩୦ ମଧ୍ୟରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ ମୁଖ୍ୟ ଶାସନ ସଚିବ। ଜୁଲାଇ ମାସର ଗାଇଡଲାଇନ ନେଇ ରାଜ୍ୟବାସୀଙ୍କୁ କରିବେ ସମ୍ବୋଧନ କରିବେ। କେଉଁ ଜିଲ୍ଲାରେ କ’ଣ ରହିବ କଟକଣା ରହିବ ସେ ନେଇ ଅବଗତ କରିବେ।

ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ଆଜି ସରୁଛି ଆଂଶିକ ଲକଡାଉନର ଅବଧି। ଅନଲକ ନେଇ ଘୋଷଣା କରିପାରନ୍ତି ରାଜ୍ୟ ସରକାର। ସଂକ୍ରମଣ କମ୍ ଥିବା ୨୧ ଜିଲ୍ଲାରେ କଟକଣା କୋହଳ ସମ୍ଭାବନା। କେଉଁ ଆଧାରରେ, କେଉଁ କେଉଁ ଜିଲ୍ଲାରେ ଓ କେଉଁ ମଡେଲରେ କଟକଣା କୋହଳ ହେବ ଏନେଇ ଆଜି ଅପରାହ୍ଣ ସୁଦ୍ଧା ଘୋଷଣା କରିବେ ସରକାର।

ଏବେ ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ ଓ ସପ୍ତାହନ୍ତ ସଟଡାଉନ୍ ଜାରି ରହିଥିବା ବେଳେ ଅଧିକ ସଂକ୍ରମଣ ପ୍ରବଣ ଜିଲ୍ଲାଗୁଡିକରେ ଦିନ ଗୋଟାଏ ଯାଏଁ ଅତ୍ୟାବଶକୀୟ ସାମଗ୍ରୀ ଦୋକାନ ଖୋଲୁଛି। ସେହିଭଳି କମ୍ ସଂକ୍ରମଣ ଥିବା ଜିଲ୍ଲା ଗୁଡିକରେ ଅପରାହ୍ଣ ୫ ଯାଏଁ ଦୋକାନ ବଜାର ଖୋଲିବା ପାଇଁ ଅନୁମତି ରହିଛି।

Leave A Reply

Your email address will not be published.