Odisha Link
Bridging the Missing Links in Odisha

ଖାଇବା ପାର୍ସଲ ଦେବାକୁ ଯାଇ ଡାକ୍ତରାଣୀଙ୍କୁ ଦୁଷ୍କର୍ମ

ଅନୁଗୁଳ: ଖାଇବା ପାର୍ସଲ ଦେବାକୁ ଯାଇ ଡାକ୍ତରାଣୀଙ୍କୁ ଦୁଷ୍କର୍ମ। ହୋଟେଲ ମାଲିକଙ୍କ ପୁଅ ଡାକ୍ତରାଣୀଙ୍କୁ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏପରି ଘୃଣ୍ୟ ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ। ମହିଳା ଡାକ୍ତରଙ୍କ ଅଭିଯୋଗ ଆଧାରରେ ପୋଲିସ୍‌ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି।

ସୂଚନା ମୁତାବକ, ଛେଣ୍ଡିପଦା ଥାନା ଅଞ୍ଚଳର ଜନୈକା ଡାକ୍ତରାଣୀ ମେଡିକାଲ କ୍ୱାଟର୍ସରେ ନିଜ ୨ ଭାଇଙ୍କ ସହ ରହୁଥିଲେ।ସୋମବାର ରାତି ପ୍ରାୟ ୧୨ଟା ସମୟରେ ଛେଣ୍ଡିପଦା ଅଞ୍ଚଳର ଏକ ହୋଟେଲ ମାଲିକଙ୍କ ପୁଅ ମହିଳା ଡାକ୍ତରଙ୍କ ସରକାରୀ ବାସଭବନକୁ ଖାଇବା ପାର୍ସଲ ଦେବାକୁ ଯାଇଥିଲେ। ସେତେବେଳେ ମହିଳା ଡାକ୍ତରଜଣକ ଏକୁଟିଆ ଥିଲେ। ଏହାଦେଖି ଯୁବକ ଜଣକ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ହଠାତ୍‌ ଡାକ୍ତରରାଣୀଙ୍କ ୨ ଭାଇ ଘରେ ପହଞ୍ଚିବାରୁ ଉକ୍ତ ଯୁବକ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଘଟଣାକୁ ନେଇ ସମ୍ପୃକ୍ତ ମହିଳା ଡାକ୍ତର ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ପୁଲିସ୍‌ ସମ୍ପୃକ୍ତ ହୋଟେଲ ମାଲିକଙ୍କ ପୁଅକୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ପୀଡ଼ିତାଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଯାଇଥିବା ଅନୁଗୋଳ ଏସ୍‌ପି ସୂଚନା ଦେଇଛନ୍ତି।

Leave A Reply

Your email address will not be published.