Odisha Link
Bridging the Missing Links in Odisha

ମନ୍ଦିରା ବେଦୀଙ୍କ ସ୍ୱାମୀଙ୍କ ପରଲୋକ

ମୁମ୍ୱାଇ: ବଲିଉଡ ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ସ୍ୱାମୀ ରାଜ କୌଶଲଙ୍କ ପରଲୋକ। ହୃଦଘାତ କାରଣରୁ ଆଜି ସକାଳେ ରାଜ କୌଶଲ ଦେହାନ୍ତ ହୋଇଛି। ରାଜଙ୍କ ଜଣେ ଘନିଷ୍ଠ ବନ୍ଧୁ ଏନେଇ ସୂଚନା ଦେଇଛନ୍ତି। ରାଜ କୌଶଲ ଆଜି ସକାଳ ୪.୩୦ରେ ଘରେ ହୃଦଘାତରେ ପୀଡିତ ହୋଇଥିଲେ। ପରିବାର ଲୋକ ତାଙ୍କୁ ଚିକିତ୍ସା ପାଇଁ ନେବା ପୂର୍ବରୁ ତାଙ୍କର ଦେହାନ୍ତ ହୋଇଛି।

ସୂଚନାଯୋଗ୍ୟ, ରାଜ ଜଣେ ଅଭିନେତା ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ସେ ତାଙ୍କ କ୍ୟାରିୟରରେ ‘ପ୍ୟାର ମେଁ କଭି କଭି’, ‘ଶାଦୀ କା ଲଡୁ’ ଏବଂ ‘ଆନ୍ଥୋନୀ କୌନ ହୈ, ଭଳି ତିନୋଟି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି। ବଲିଉଡର ଅନେକ ସେଲିବ୍ରିଟି ରାଜ କୌଶଲ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି।

ମୁକୁଲ ଆନନ୍ଦଙ୍କ ଘରେ ରାଜ କୌଶଲ ସହ ମନ୍ଦିରାଙ୍କ ହୋଇଥିଲା ପ୍ରଥମ ସାକ୍ଷାତ ହୋଇଥିଲା। ମନ୍ଦିରା ସେଠାକୁ ଅଡିସନରେ ଦେବାକୁ ଯାଇଥିଲେ। ରାଜ ମୁକୁଲ ଆନନ୍ଦଙ୍କ ସହକାରୀ ଭାବରେ କାର୍ଯ୍ୟ କରୁଥିଲେ। ସେବେଠୁ ଆରମ୍ଭ ହୋଇଥିଲା ଦୁହିଁଙ୍କ ଲଭଷ୍ଟୋରୀ। ମନ୍ଦିରା ୧୪ ଫେବୃଆରୀ ୧୯୯୯ ରେ ରାଜ କୌଶଲଙ୍କୁ ବିବାହ କରିଥିଲେ।

ତେବେ ତାଙ୍କ ବିବାହରେ ରାଜି ନଥିଲେ ପରିବାର ଲୋକେ। ପ୍ରକୃତରେ ମନ୍ଦିରାଙ୍କ ପିତାମାତା ଚାହୁଁଥିଲେ ଯେ ସେ ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ସହିତ ବିବାହ କରନ୍ତୁ। କିନ୍ତୁ ଉଭୟଙ୍କ ଭଲପାଇବା ଆଗରେ ସବୁକିଛି ଫସର ଫାଟିଯାଇଥିଲା। ଶେଷରେ ସବୁ ବାଧା ବନ୍ଧନକୁ ପଛରେ ପକାଇ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

Leave A Reply

Your email address will not be published.