Odisha Link
Bridging the Missing Links in Odisha

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ଓଡ଼ିଆ ଝିଅ ଶ୍ରେୟାସୀ

କରଞ୍ଜିଆ: ଇଣ୍ଡିଆ ବୁକ ଅଫ୍ ରେକର୍ଡ଼ରେ ସ୍ଥାନ ପାଇଛନ୍ତି ମୟୂରଭଞ୍ଜ ଜିଲ୍ଲାର କୁନି ଝିଅ ଶ୍ରେୟାସୀ ମହାନ୍ତ। ବୟସ ଅଢେଇ ବର୍ଷ ହେଲେ ବି ସେ ବର୍ତ୍ତମାନ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି। ସେ ମୟୂରଭଞ୍ଜ ଜିଲ୍ଲା ଘାଗରବେଡା ଗ୍ରାମପଞ୍ଚାୟତ ବାଟି ସାହିର ବାସିନ୍ଦା।

୨ବର୍ଷ ୭ ମାସର କୁନି ଝିଅ ଶ୍ରେୟାସୀ ଇଂରାଜୀ ବର୍ଣ୍ଣମାଳାର Aରୁ Z ପର୍ଯ୍ୟନ୍ତ ସ୍ପଷ୍ଟ ଉଚ୍ଚାରଣ କରିବା ସହିତ ବର୍ଣ୍ଣମାଳା ଆଧାରରେ ୧୨ଟି ଫଳ, ୧୦ଟି ପ୍ରାଣୀ, ୭ଟି ଖାଦ୍ୟ ୮ଟି ରଙ୍ଗ, ସପ୍ତାହର ୫ଦିନ ଓଡ଼ିଆ ବର୍ଣ୍ଣମାଳାର ୧୦ଟି ଅକ୍ଷର ସ୍ପଷ୍ଟ ଚିହ୍ନଟ କରି କହି ପାରୁଛନ୍ତି, ଯେଉଥି ପାଇଁ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି।

ମୟୂରଭଞ୍ଜ ଜିଲ୍ଲାର କୁନି ଝିଅ ଶ୍ରେୟାଶୀ ପ୍ରଶଂସା-୨୦୨୨ ଶୀର୍ଷକରେ ନିଜ ନାମକୁ ଚୂଡାନ୍ତ କରିଛନ୍ତି। ସୁବ୍ରତ ମହାନ୍ତ ଏବଂ ତୃପ୍ତିଲତା ମହାନ୍ତଙ୍କ ୨ବର୍ଷ ୭ମାସର ଝିଅ ଶ୍ରେୟାଶୀଙ୍କ ପ୍ରତିଭା ସଂକ୍ରାନ୍ତୀୟ ଭିଡ଼ିଓ ଗତ ଜୁନ୍ ମାସ ୨୧ ତାରିଖରେ ଇଣ୍ଡିଆ ବୁକ୍ ଅଫ ରେକର୍ଡକୁ ପଠାଯାଇଥିଲା। ସେ ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ହେବା ପରେ ଚୂଡ଼ାନ୍ତ ପର୍ଯ୍ୟାୟରେ ମଧ୍ୟ ସ୍ଥାନ ପାଇ ଯୋଗ୍ୟତା ଅର୍ଜନ କରି ଓଡ଼ିଶା ପାଇଁ ସଫଳତା ଆଣି ପାରିଛନ୍ତି।

Leave A Reply

Your email address will not be published.