Odisha Link
Bridging the Missing Links in Odisha

ଟିସିଏସ୍‌ର ବଡ଼ ଘୋଷଣା: ଚଳିତ ବର୍ଷ ଦେବ ୪୦ ହଜାର କ୍ୟାମ୍ପସ ନିଯୁକ୍ତି

ମୁମ୍ବାଇ: କରୋନା ମହାମାରୀ ସମୟରେ ବହୁ କର୍ମଚାରୀଙ୍କ ଛଟେଇ ହୋଇଥିବା ବେଳେ ଦେଶର ବୃହତ୍ତମ ଆଇଟି କମ୍ପାନି ଆଇଟି ଟିସିଏସ୍‌ର ବଡ଼ ଘୋଷଣା କରିଛି। ଚଳିତ ଆର୍ଥିକ ବର୍ଷରେ ଟାଟା କନସଲଟାନ୍ସି ସର୍ଭିସେସ (ଟିସିଏସ) ପ୍ରାୟ ୪୦ ହଜାର କ୍ୟାମ୍ପସ୍ ନିଯୁକ୍ତି ପ୍ରଦାନ କରିବ।

ଏ ସମ୍ପର୍କରେ ସୂଚନା ଦେଇ କମ୍ପାନିର ମାନବ ସମ୍ବଳ ବିଭାଗର ଅନ୍ତର୍ଜାତୀୟ ମୁଖ୍ୟ ମିଲିନ୍ଦ ଲକ୍କଡ୍ କହିଛନ୍ତି ଯେ ଭାରତରେ ଦକ୍ଷ ମାନବ ସମ୍ବଳର କୌଣସି ଅଭାବ ନାହିଁ। ଚଳିତ ଆର୍ଥିକ ବର୍ଷରେ କମ୍ପାନି ପ୍ରାୟ ୪୦ ହଜାର କ୍ୟାମ୍ପସ୍ ନିଯୁକ୍ତି ପ୍ରଦାନ କରିବ।

ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନିମାସରେ କମ୍ପାନି ୨୦,୪୦୯ ନୂଆ ନିଯୁକ୍ତି ପ୍ରଦାନ କରିଛି। ଏହା ଫଳରେ ଭାରତରେ କମ୍ପାନିର ମୋଟ କର୍ମଚାରୀ ସଂଖ୍ୟା ୫ ଲକ୍ଷ ଟପିଯାଇଛି। ଗତ ଆର୍ଥିକ ବର୍ଷ ଅର୍ଥାତ ୨୦୨୦-୨୧ରେ କମ୍ପାନି ଭାରତରେ ମୋଟ ୪୦ ହଜାର କ୍ୟାମ୍ପସ ନିଯୁକ୍ତି ଦେଇଥିଲା।

ନିକଟରେ ନାସକମ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁସାରେ ଦେଶର ପ୍ରମୁଖ ୫ଟି ସଫ୍ଟଓ୍ବାର କମ୍ପାନି ଚଳିତ ବର୍ଷ ମୋଟ ୯୬ ହଜାର ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖିଛନ୍ତି ।

Leave A Reply

Your email address will not be published.