Odisha Link
Bridging the Missing Links in Odisha

ଗଡ଼ିଲା ରଥ, ଟାଣି ନେଉଛନ୍ତି ସେବାୟତ

ପୁରୀ: ଆଜି ପବିତ୍ର ରଥଯାତ୍ରା। କରୋନା କଟକଣା ମଧ୍ୟରେ ଅନୁଷ୍ଟିତ ହେଉଛି ରଥଯାତ୍ରା। ରଥ ଉପରେ ସମସ୍ତ ନୀତିକାନ୍ତି ସପନ୍ନ ହୋଇଛି। ତିନି ରଥରେ ଛେରାପହଁରା ନୀତି ଶେଷ କରି ଗଜପତି ମହାରାଜ ଶ୍ରୀନଅରକୁ ଫେରିଯିବା ପରେ ରଥଗୁଡ଼ିକରେ ସାରଥୀ ଓ ଘୋଡ଼ାଯୋଚା କାମ ଶେଷ ହୋଇଛି। ତିନି ରଥକୁ ଶରଧାବାଲି ଅଭିମୁଖେ ନିଆଯାଉଛି।

ବଳଭଦ୍ରଙ୍କ ରଥ ପ୍ରଥମେ ଶରଧାବାଲି ଅଭିମୁଖେ ଗଡ଼ିଛି। ବିନା ଭକ୍ତରେ ସେବାୟତମାନେ ରଥାରୁଢ଼ ଶ୍ରୀଜିଉମାନଙ୍କୁ ହର୍ଷୋଲ୍ଲାସର ସହିତ ଟାଣି ଟାଣି ନେଉଛନ୍ତି। ଆଧ୍ୟାତ୍ମିକ ପରିବେଶରେ ଆଗେ ଆଗେ ତାଳଧ୍ୱଜରେ ବଳଭଦ୍ର, ମଝିରେ ଦର୍ପଦଳନରେ ଦେବୀ ସୁଭଦ୍ରା ଓ ଶେଷରେ ଗହଳି ଲଗାଇ କାଳିଆ ଠାକୁର ନନ୍ଦିଘୋଷରେ ବାହାରିଛନ୍ତି।

ଚଳିତ ବର୍ଷ ପୁରୀକୁ ସାଧାରଣ ଭକ୍ତଙ୍କୁ ବାରଣ ହୋଇଛି। ପୁରୀର ଜନତା ମଧ୍ୟ ନିଜ ଘରର ଛାତ ଉପରେ ଥାଇ ରଥଯାତ୍ରାକୁ ଦେଖିପାରୁ ନାହାନ୍ତି । ଗତକାଲି ଠାରୁ ବଡ଼ଦାଣ୍ଡରେ ୧୪୪ ଧାରା ଲାଗୁ ହୋଇଯାଇଛି। କରୋନା ଗାଇଡଲାଇନ ଅନୁସାରେ ଘୋଷଯାତ୍ରାର ଆୟୋଜନ ହେଉଥିବାରୁ ଲୋକମାନେ ମହାପ୍ରଭୁଙ୍କ ଯାତ୍ରାକୁ ଟେଲିଭିଜନ ମାଧ୍ୟମରେ ଦେଖୁଛନ୍ତି।

Leave A Reply

Your email address will not be published.