Odisha Link
Bridging the Missing Links in Odisha

ବଜ୍ରପାତରେ ଚାଲିଗଲା ୭୦ ଜଣଙ୍କ ଜୀବନ

ରାଜସ୍ଥାନ: ବଜ୍ରପାତରେ ଚାଲିଗଲା ୭୦ ଜଣଙ୍କ ଜୀବନ। ଉତ୍ତର ଭାରତର ତିନା ରାଜ୍ୟରେ ବଜ୍ରପାତ ଗୋଟିଏ ଦିନରେ ୭୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ୟୁପିରେ ୪୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ରାଜସ୍ଥାନରେ ୨୦ରୁ ଅଧିକ ଏବଂ ମଧ୍ୟପ୍ରଦେଶରେ ୭ରୁ ଅଧିକଙ୍କର ପ୍ରାଣହାନୀ ହୋଇଥିବା ଜଣାପଡ଼ିଛି।

ସୂଚନା ମୁତାବକ, ରବିବାର ସନ୍ଧ୍ୟାରେ ୟୁପିରେ ପ୍ରବଳ ବର୍ଷା ସହିତ ଝଡ଼ ତୋଫାନ ସାଙ୍ଗକୁ ବଜ୍ରପାତ ହୋଇଛି। ବଜ୍ରପାତରେ ପ୍ରୟାଗରାଜରେ ୧୪, କାନପୁରରେ ୫, ଫିରୋଜାବାଦ ଏବଂ କୌଶମ୍ବୀରେ ୩ ଜଣ ଲେଖାଏଁ ଏବଂ ଉନ୍ନାଓ ଏବଂ ଚିତ୍ରକୋଟରେ ୨ ଜଣ ବଜ୍ରପାତରେ ଆଖି ବୁଜିଛନ୍ତି। ଏହା ବ୍ୟତୀତ ୨୨ ଜଣ ଲୋକ ମଧ୍ୟ ବଜ୍ରପାତ ଯୋଗୁଁ ନିଆଁ ଲାଗିଯିବାରୁ ଜୀବନ୍ତ ଦଗ୍ଧ ହୋଇଛନ୍ତି। ୨୦୦ରୁ ଅଧିକ ଗୋରୁ ମଧ୍ୟ ପ୍ରାଣ ହରାଇଛନ୍ତି।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତ୍ୟୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ସହାୟତା ଯୋଗାଇ ଦେବାକୁ ଯୋଗୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ରାଜ୍ୟର କାନପୁର, ପ୍ରତାପଗଡ, ଆଗ୍ରା, ବାରଣାସୀ ଏବଂ ରାଏବରେଲିରେ ମଧ୍ୟ ବଜ୍ରପାତରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ରାଜସ୍ଥାନର ଅନେକ ସ୍ଥାନରେ ବଜ୍ରପାତରେ ୨୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ଜୟପୁରରେ ୧୬ ଜଣ, ଘୋଲପୁରରେ ୩, କୋଟାରେ ୪ ଏବଂ ଝାଲାୱାଡା ଏବଂ ବାରାଂରେ ଜଣେ ଲେଖାଏଁ ଆଖି ବୁଜିଛନ୍ତି। ଜୟପୁରର ଆମେର ପାଲେସ ସମ୍ମୁଖରେ ଥିବା ୱାଚ ଟାୱାରରେ ବଜ୍ରପାତରେ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ସେଲଫି ନେଉଥିବା ଏହି ୧୧ ଜଣ ବଜ୍ରପାତର ଶିକାର ହୋଇଥିବା ସୂଚନା ରହିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ବଜ୍ରପାତ ଯୋଗୁଁ ପ୍ରାଣ ହରାଇଥିବା ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆହତଙ୍କୁ ୫୦,୦୦୦ ଟଙ୍କା ସହାୟତା ପ୍ରଦାନ କରଯିବ ବୋଲି କୁହାଯାଇଛି। ସେହିପରି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ପ୍ରତ୍ୟେକ ମୃତକଙ୍କୁ ୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା କରାଯିବ ବୋଲି ସେ ଘୋଷଣା କରିଛନ୍ତି।

Leave A Reply

Your email address will not be published.