Odisha Link
Bridging the Missing Links in Odisha

ଧର୍ମଶାଳାରେ ବାଦଲ ଫଟା ବର୍ଷା, ସୁଅରେ ଭାସିଗଲା କାର

ଧର୍ମଶାଳା: ହିମାଚଳ ପ୍ରଦେଶରେ ବାଦଲ ପଟା ବର୍ଷା। ମୌସୁମୀ ଜନିତ ଲଗାଣ ବର୍ଷା ମଧ୍ୟରେ ଧର୍ମଶାଳା ଅଞ୍ଚଳରେ ବାଦଲ ଫାଟିବା ଯୋଗୁ ଅଚାନକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପର୍ଯ୍ୟଟନ କ୍ଷେତ୍ର ଭାଗସୁରେ ସକାଳୁ ପ୍ରବଳ ବର୍ଷା ଯୋଗୁ ଏକ ଛୋଟ ନାଳରେ ପ୍ରବଳ ଜଳ ମାଡ଼ି ଆସିଥିଲା। ଏହାର ଆଖ ପାଖରେ ଥିବା ଅନେକ ଗୁଡ଼ିଏ କାର ଭାସିଯାଇଥିବା ଦେଖାଯାଇଛି। ଏହାସହ ନିକଟସ୍ଥ ହୋଟେଲଗୁଡ଼ିକ ମଧ୍ୟ ବର୍ଷା ଓ ବନ୍ୟା ଯୋଗୁ ଅତିମାତ୍ରାରେ ପ୍ରଭାବିତ ହୋଇଛି।

ଗତ କିଛିଦିନ ହେବ ହିମାଚଳ ପ୍ରଦେଶରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ପାହାଡ଼ରେ ମାଡ଼ ହୋଇ ବାଦଲ ଫାଟିବା ଯୋଗୁ ଅତି ଭୟଙ୍କର ବନ୍ୟା ସ୍ଥିତି ଉପୁଜିଛି। ଏଥିଯୋଗୁ ଅନେକ କ୍ଷୟକ୍ଷତି ମଧ୍ୟ ଘଟିଛି। ଅନ୍ୟପଟେ ଲ୍ୟାଣ୍ଡ ସ୍ଲାଇଡ ଯୋଗୁ ଘାଟି ରାସ୍ତା ଜାମ ହୋଇଥିବା ବେଳେ ଅନେକ ସ୍ଥାନରେ ଗାଡ଼ି ମୋଟର ଫସି ରହିଥିବା ଦେଖାଯାଇଛି।