Odisha Link
Bridging the Missing Links in Odisha

ରଥାରୁଢ଼ ହେଲେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ଆଜି ପବିତ୍ର ରଥଯାତ୍ରା। ଅଣସରରୁ ବାହାରିବା ପରେ ଭାଇ ଭଉଣୀଙ୍କୁ ସାଥିରେ ନେଇ ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା କରିବେ କାଳିଆ ସାଆନ୍ତ। ଏଥିପାଇଁ ରଥ ପ୍ରସ୍ତୁତ ପଥ ବି ପ୍ରସ୍ତୁତ ହୋଇ ରହିଛି। ବଡ଼ଦାଣ୍ଡରୁ ରଥରେ ଚଢ଼ି ଜନ୍ମବେଦିକୁ ଯିବେ ଶ୍ରଜିଉ। ଧାଡ଼ି ପହଣ୍ଡି ପରେ ରଥାରୁଢ଼ ହେଲେ ଚତୁର୍ଦ୍ଧାମୂର୍ତ୍ତି।

ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ମା ସୁଭଦ୍ରାଙ୍କ ‘ଦେବଦଳନ’ ରଥରେ ସ୍ଥାପନା କରିବା ପରେ ବଡ଼ଠାକୁର ଶ୍ରୀ ବଳଦେବଙ୍କୁ ରଥାରୁଢ଼ କରାଯାଇଛି। ପରେ ଭଉଣୀ ସୁଭଦ୍ରାଙ୍କୁ ପହଣ୍ଡିରେ ରଥାରୂଢ଼ କରାଯାଇଛି। ଭାଇ-ଭଉଣୀଙ୍କ ପହଣ୍ଡି ବିଜେ ପରେ ସବା ଶେଷରେ କାଳିଆ ସାଆନ୍ତ ରଥାରୂଢ଼ ହୋଇଛନ୍ତି।

ଦିବ୍ୟ ଟାହିଆ ସୁଶୋଭିତ ହୋଇ ଝୁଲିଝୁଲି ଓହ୍ଲାଇ ଆସି ଭ୍ତକଙ୍କୁ ଦର୍ଶନ ଦେଇଛନ୍ତି ମହାପ୍ରଭୁ। କାଳିଆ ଠାକୁରର ଦୁଇ ଚକା ଆଖି ଦେଖି ଭକ୍ତ ତୃପ୍ତ ହୋଇଥିବା ବେଳେ ଚକା ଆଖି ଭ୍ତକଙ୍କୁ ଖୋଜୁଛି। ମହାପ୍ରଭୁଙ୍କ ଏହି ଅପୂର୍ବ ଶୋଭା ସମ୍ଭାରକୁ ଭକ୍ତମାନେ ଘରେ ବସି ଦର୍ଶନ କରୁଛନ୍ତି। କରୋନା କଟକଣା ଭିତରେ ବିନା ଭକ୍ତରେ ଚଳିତ ବର୍ଷ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ହେଉଛି।

Leave A Reply

Your email address will not be published.