Odisha Link
Bridging the Missing Links in Odisha

ଜନ୍ମବେଦୀରେ ମହାପ୍ରଭୁ: ଆଜିଠୁ ମିଳିବ ଆଡ଼ପ ଅବଢ଼ା

ପୁରୀ: ଆଡ଼ପ ବିଜେ ପରେ ଏବେ ଜନ୍ମବେଦିରେ ପୂଜା ପାଉଛନ୍ତି ଚତୁର୍ଦ୍ଧାର୍ତ୍ତି। ଆଜିଠାରୁ ବାହାରିବ ଆଡ଼ପ ଅବଢ଼ା। ଶ୍ରୀଗୁଣ୍ଡିଚା ମନ୍ଦିର ପାଖ ନୃସିଂହ ମନ୍ଦିର ଓ ବସ୍‌ଷ୍ଟାଣ୍ଡରେ ଅବଢ଼ା ବିକ୍ରି ପାଇଁ ନିଯୋଗ ଓ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ବର୍ଷକୁ ଥରେ ମିଳୁଥିବା ଏହି ଆଡ଼ପ ଅବଢ଼ା ପାଇଁ ଭକ୍ତମାନେ ବର୍ଷ ତମାମ ଅପେକ୍ଷା କରି ରହିଥାନ୍ତି।

ଶ୍ରୀ ମନ୍ଦିର ଗାଇଡ଼ଲାଇନ ଅନୁସାରେ ଶ୍ରୀ ମନ୍ଦିର ଦର ନିର୍ଦ୍ଧାରଣ କରାଯିବ। ଆଜିଠୁ ଆଡ଼ପମଣ୍ଡପରେ ମହାପ୍ରଭୁଙ୍କଠାରେ ଷାଠିଏ ପଉଟି ଭୋଗ ଲାଗି ହେବ। ଏଥିପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ରୋଷଶାଳାରେ ମହାପ୍ରସାଦ ରନ୍ଧା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଶାନ୍ତିଶୃଙ୍ଖଳାର ସହ ଧାଡ଼ିରେ ଆସି ମହାପ୍ରସାଦ ନେବା ପାଇଁ ସେଡ୍ ବ୍ୟବସ୍ଥା କରାଯାଇଛି।

ଭକ୍ତଙ୍କୁ ସୁବିଧାରେ ମହାପ୍ରସାଦ ଦେବା ପାଇଁ ଟୋକନ୍ ବ୍ୟବସ୍ଥା କରାଯାଇଛି। ସୁଆର ମହାସୁଆର ନିଯୋଗକୁ ଏହି ଦାୟିତ୍ବ ଦିଆଯାଇଛି। ସୁଆର ମହାସୁଆର ନିଯୋଗ ଭକ୍ତଙ୍କଠାରୁ ଟଙ୍କା ନେଇ ଟୋକନ୍ ଯୋଗାଇ ଦେବ। ଏଥିପାଇଁ ଦୁଇ ଦ୍ବାରରେ ଦୁଇଟି କାଉଣ୍ଟର୍ କରାଯାଇଛି। ଭକ୍ତମାନେ ଏହି ସେଡ୍ ରେ ଟୋକନ୍ ଧରି ଅପେକ୍ଷା କରିବେ। ମହାପ୍ରସାଦ ଆସିବା ପରେ ସୁଆରମହାସୁଆର ନିଯୋଗର ସଦସ୍ୟଙ୍କୁ ଟୋକନ୍ ଦେଖାଇ ନେଇ ପାରିବେ।

Leave A Reply

Your email address will not be published.