Odisha Link
Bridging the Missing Links in Odisha

ଭାରତର ପ୍ରଥମ କରୋନା ଆକ୍ରାନ୍ତ ପୁଣି ପଜିଟିଭ ଚିହ୍ନଟ

ଥିରୁଅନନ୍ତପୁରମ୍: ଦେଶରେ ମହାମାରୀ କରୋନାର ଦ୍ବିତୀୟ ଲହର ସଂକ୍ରମଣ ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି। ବିଶେଷକରି ଜନବହୁଳ ରାଜ୍ୟ ଗୁଡ଼ିକରେ କରୋନା ମାମଲା କମିବାରେ ଲାଗିଛି। ଏସବୁ ମଧ୍ୟରେ ଆସିଛି ଏକ ବଡ଼ ଖବର। ଭାରତର ପ୍ରଥମ କୋଭିଡ୍‌-୧୯ ଚିହ୍ନଟ ହୋଇଥିବା ବ୍ୟକ୍ତି ପୁଣିଥରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ତ୍ରିଶୂରର ଡିଏମ୍‌ଓ ଡାକ୍ତର କେ ଜେ ରୀନା ଗଣମାଧ୍ୟକୁ କହିଛନ୍ତି ଯେ, ମହିଳା ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ତାଙ୍କର ଆରଟି-ପିସିଆର ପରୀକ୍ଷା ରିପୋର୍ଟରେ ସଂକ୍ରମଣ ସ୍ପଷ୍ଟ ହୋଇଛି, ହେଲେ ଆଣ୍ଚିଜେନ୍‌ ରିପୋର୍ଟରେ ସଂକ୍ରମଣ ହୋଇନଥିବା ଜଣାପଡ଼ିଥିଲା। ତାଙ୍କ ଠାରେ ଲକ୍ଷଣ ଦେଖା ଦେଇନଥିଲା ।

ଡା. ରୀନା କହିଛନ୍ତି ମହିଳା ଜଣକ ପାଠ ପଢ଼ା ପାଇଁ ନୂଆ ଦିଲ୍ଲୀଯିବାକୁ ପ୍ରସ୍ତୁତ ହେଉଥିଲେ। ଏଥିପାଇଁ ସେ ଆରଟି-ପିସିଆର ଟେଷ୍ଟ କରିଥିଲେ। ଯାହାର ରିପୋର୍ଟ ପଜିଟିଭ ଆସିଥିଲା। ଡାକ୍ତର କହିଛନ୍ତି ଯେ, ବର୍ତ୍ତମାନ ମହିଳା ଘରେ ଅଛନ୍ତି ଓ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି ।

ସୂଚନାଯୋଗ୍ୟ, ଜାନୁୟାରୀ ୨୦୨୦ରେ ୱହାନ ବିଶ୍ୱବିଦ୍ୟାଳୟର ମେଡିକଲର ୩ୟ ବର୍ଷର ଛାତ୍ର କରୋନା ଭାଇରସ୍‌ ସଂକ୍ରମିତ ହୋଇଥିଲେ । ସେମିଷ୍ଟର ଅବକାଶ ପରେ ଘର ଫେରିବା ପରେ ସେ ଦେଶର ପ୍ରଥମ କୋଭିଡ୍‌-୧୯ରୋଗୀ ହୋଇ ଯାଇଥିଲେ ।

Leave A Reply

Your email address will not be published.