Odisha Link
Bridging the Missing Links in Odisha

ଫ୍ୟାମିଲି କୋର୍ଟରେ ହାଜର ହେଲେ ବର୍ଷା

କଟକ: ଓଲିଉଡ ଦମ୍ପତି ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ପାରିବାରିକ ବିବାଦ ମାମଲା ଥମିବାର ନାଁ ନେଉନାହିଁ। ଏହାରି ଭିତରେ ବର୍ଷା ପ୍ରିୟଦର୍ଶିନୀ ବୁଧବାର କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି। ଉଭୟଙ୍କ ମଧ୍ୟରେ ବୁଝାମଣା ପାଇଁ ବର୍ଷା ଆଜି ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି।

ଗତ ୯ ତାରିଖ ଦିନ କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ ସାଂସଦ ଅନୁଭବ ମହାନ୍ତି। ଅନୁଭବଙ୍କ ପତ୍ନୀ ମଧ୍ୟ ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ। ଉଭୟ ବର୍ଷା ଓ ଅନୁଭବ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହୋଇଥିଲେ। ତେବେ ଆସନ୍ତା ୧୪ ତାରିଖରେ ପୁଣି ଉଭୟଙ୍କୁ ମଧ୍ୟସ୍ଥତା କେନ୍ଦ୍ରକୁ ଆସିବା ପାଇଁ ଦିନ ଧାର୍ୟ୍ୟ ହୋଇଥିଲା।

ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପି୍ରୟଦର୍ଶିନୀଙ୍କୁ ଭିତରେ ବିବାଦ ଲାଗି ରହିଛି। ବର୍ଷାଙ୍କ ବିରୋଧରେ ଷଡଯନ୍ତ୍ର ଅଭିଯୋଗ ଆଣିଥିଲେ ଅନୁଭବ। ବର୍ଷାଙ୍କ ଇଙ୍ଗିତରେ ଅଚିହ୍ନା ଲୋକେ ତାଙ୍କ ଘରକୁ ଆସୁଥିବାରୁ ପରିବାର ପ୍ରତି ବିପଦ ଥିବା ଅନୁଭବ ଅଭିଯୋଗ କରିଥିଲେ। ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ବିବାଦ ମାମଲାରେ ପୁରୀଘାଟ ଥାନାର ଦ୍ୱାରସ୍ଥ ହୋଇଥିଲେ ସାଂସଦ ଅନୁଭବ ମହାନ୍ତି।

Leave A Reply

Your email address will not be published.