Odisha Link
Bridging the Missing Links in Odisha

ଭୁବନେଶ୍ୱରରୁ ଲକ୍ଷାଧିକ ଟଙ୍କା ଓ ବ୍ରାଉନସୁଗର ଜବତ

ଭୁବନେଶ୍ୱର: ଭୁବନେଶ୍ୱରରେ ଏକ ବଡ଼ଧରଣର ବ୍ରାଉନସୁଗର ଡିଲର ପର୍ଦ୍ଧାଫାସ କରିଛି ପୁଲିସ। ଏକ ଘର ଭିତରୁ ୫୫ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ କରାଯାଇଛି। ଜବତ ବ୍ରାଉନସୁଗରର ଓଜନ ୫୫୦ ଗ୍ରାମ ଜବତ କରାଯାଇଛି। ବ୍ରାଉନସୁଗର ସହ ନଗଦ ୩୪ ଲକ୍ଷ ୮୦ ହଜାର ଟଙ୍କା ଜବତ କରାଯାଇଛି। ସହିଦନଗର ଥାନା କେସୁରା ଅଞ୍ଚଳର ଏକ ଘର ଭିତରୁ ଏହାକୁ ଜବତ କରାଯାଇଛି।

ବ୍ରାଉନସୁଗର ଓ ଟଙ୍କା ସହ ଜଣେ ମହିଳା ଓ ଜଣେ ଯୁବକକୁ ପୁଲିସ ଗିରଫ କରିଛି। ଏହାଛଡ଼ା ଗୋଟିଏ କାର ଓ ଦୁଇଟି ବାଇକ ମଧ୍ୟ ପୁଲିସ ଜବତ କରିଛି। ଏନେଇ ଟୁଇନ ସିଟି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।

ଏହି ଅବସରରେ ସେ କହିଛନ୍ତି ଯେ, ବ୍ରାଉନସୁଗର ସହ ଏତେ ପରିମାଣର ଟଙ୍କା ମିଳିବା ସବୁଠୁ ବଡ଼ କଥା। ଏହା ପଛରେ କିଛି ଅପରାଧିକ ଷଡ଼ଯନ୍ତ୍ର ଥିବା ସନ୍ଦେହ କରାଯାଉଛି। ଜବତ ବ୍ରାଉନସୁଗର ଓ ଦୁଇ ଅଭିଯୁକ୍ତଙ୍କ ଜଳେଶ୍ୱର ଲିଙ୍କ ରହିଛି ବୋଲି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି। ସାଧାରଣତଃ ପଶ୍ଚିମବଙ୍ଗରୁ ଜଳେଶ୍ୱର ଦେଇ ଓଡ଼ିଶା ମଧ୍ୟକୁ ବ୍ରାଉନସୁଗର ଭଳି ନିଶାଦ୍ରବ୍ୟ ଚାଲାଣ ହେଉଥିବାରୁ ଏ ସମ୍ପର୍କରେ ଅଧିକ ତଦନ୍ତ କରାଯିବ ବୋଲି ପୁଲିସ କମିଶନର କହିଛନ୍ତି।

ଏଥିସହିତ ସେ କହିଛନ୍ତି ଯେ ଜବତ ହୋଇଥିବା ଏତେ ଟଙ୍କା ସମ୍ପର୍କରେ ମହିଳା ଜଣକ କୌଣସି ସଠିକ ସୂଚନା ଦେଇ ପାରୁନଥିବାରୁ ଉକ୍ତ ଟଙ୍କା ନିଶା କାରବାରରୁ ଆସିଥିବା ସନ୍ଦେହ କରାଯାଉଛି। ପୁଲିସ ଉକ୍ତ ମହିଳାଙ୍କ ସ୍ୱାମୀଙ୍କୁ ମଧ୍ୟ ଖୋଜୁଥିବା ସେ କହିଛନ୍ତି।

Leave A Reply

Your email address will not be published.