Odisha Link
Bridging the Missing Links in Odisha

ସରିଲା ମାଟ୍ରିକ୍‌ ଅଫ୍‌ଲାଇନ୍‌ ପରୀକ୍ଷା ପାଇଁ ଆବେଦନ, କେତେ ପିଲା ପରୀକ୍ଷା ଦେବେ ଜାଣନ୍ତୁ

କଟକ: ଚଳିତବର୍ଷ ବିନା ପରୀକ୍ଷାରେ ପ୍ରକାଶ ପାଇଥିଲା ମାଟ୍ରିକ୍‌ ପରୀକ୍ଷା ଫଳ। ହେଲେ ରେଜଲ୍ଟ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରି ବିକ୍ଷୋଭ କରିଥିଲେ। ସେମାନଙ୍କ ପାଇଁ ବିକଳ୍ପ ଭାବେ ଅଫ୍‌ ଲାଇନ୍‌ ପରୀକ୍ଷା ଦେବାର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ମାଟ୍ରିକ୍‌ ଅଫ୍‌ଲାଇନ୍‌ ପରୀକ୍ଷା ଦେବା ପାଇଁ ଆବେଦନ ତାରିଖ ଶେଷ ହୋଇଛି।

ଶେଷ ତାରିଖ ସୁଦ୍ଧା ମୋଟ୍‌ ୧୫୧୫୫ ପିଲା ଆବେଦନ କରିଛନ୍ତି। ସେଥିରୁ ୬୫୯୬ ଜଣ ରେଗୁଲାର ପିଲା ଆବେଦନ କରିଥିବା ବେଳେ ୮୪୯୩ ଜଣ ରାଜ୍ୟ ଓପନ ସ୍କୁଲ ଲାଗି ପିଲା ଅଛନ୍ତି। ସେହିପରି ୬୬ ଜଣ ମଧ୍ୟମା ପରୀକ୍ଷା ଦେବା ପାଇଁ ଆବେଦନ କରିଛନ୍ତି ବୋଲି ଜଣାପଡ଼ିଛି।

କରୋନା ପାଇଁ ଚଳିତବର୍ଷ ମାଟ୍ରିକ୍‌ ପରୀକ୍ଷା ହୋଇନଥିଲା। ବିନା ପରୀକ୍ଷାରେ ଗତ ୨୫ ତାରିଖରେ ମାଟ୍ରିକ୍‌ ପରୀକ୍ଷାଫଳ ପ୍ରକାଶ ପାଇଥିଲା। ଏଥର ୯୭.୮% ଛାତ୍ରଛାତ୍ରୀ ପାସ୍ କରିଥିଲେ। ମୋଟ ୫, ୭୪, ୧୨୫ ପିଲାଙ୍କର ମୂଲ୍ୟାୟନ କରାଯାଇଥିଲା। ସେଥିରୁ ୫,୬୨,୦୧୦ ଜଣ ପାସ୍ କରିଥିଲେ। ୭୭୦୩ ଛାତ୍ରଛାତ୍ରୀ ଫେଲ୍ ହୋଇଥିବା ବେଳେ ୪୪୧୨ ପିଲା ଅନୁପସ୍ଥିତ ରହିଥିଲେ। ସୂଚନାଥାଉକି, ଜୁଲାଇ ୩୦ ତାରିଖରେ ଆରମ୍ଭ ହେବ ମାଟ୍ରିକ୍‌ ଅଫଲାଇନ୍‌ ପରୀକ୍ଷା।

Leave A Reply

Your email address will not be published.