Odisha Link
Bridging the Missing Links in Odisha

ରଥଯାତ୍ରାରେ କଟକଣା ଉଲ୍ଲଂଘନ ମାମଲା, ୧୦ ଜଣଙ୍କ ନାମରେ ମାମଲା ରୁଜୁ

ପୁରୀ: ସରିଛି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଜନ୍ମବେଦୀରେ ପୂଜା ପାଉଛନ୍ତି ଶ୍ରୀଜିଉ। ହେଲେ ରଥଯାତ୍ରା ସମୟରେ କିଛି ବ୍ୟକ୍ତି SOP ଉଲ୍ଲଂଘନ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏବେ ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।

ପ୍ରାଥମିକ ପ୍ରର୍ଯ୍ୟାୟରେ ତଦନ୍ତ କରାଯାଇ ମୋଟ ୧୦ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି । ରଥ ଯାତ୍ରା ବେଳେ ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ପ୍ରୋଟୋକଲକୁ ଅମାନ୍ୟ କରି ରଥ କର୍ଡନ ମଧ୍ୟକୁ ପ୍ରବେଶ କରିଥିବାରୁ ୧୦ ଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଥିବା ପୁରୀ ଏସ୍‌ପି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ରଥ ଯାତ୍ରାକୁ ସୁରକ୍ଷିତ ଏବଂ ସଂକ୍ରମଣ ମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଥିଲା। ଏ ନେଇ କଠୋର ଗାଇଡଲାଇନ୍‌ ମଧ୍ୟ ଜାରି କରାଯାଇଥିଲା। ସୁରକ୍ଷା ବ୍ୟବସ୍ଥାରେ ଯେଭଳି କୌଣସି ତ୍ରୁଟି ନହୁଏ ସେଥିପାଇଁ ଛାତ ଉପରେ ଛିଡା ହୋଇ ଦର୍ଶନ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଥିଲା। କିନ୍ତୁ ରଥ ଯାତ୍ରା ସମୟରେ କିଛି ଲଜ୍‌ ଏବଂ ଘର ବାଲକୋନୀରେ ଠିଆ ହୋଇ ଦର୍ଶନ କରୁଥିବା ଫଟୋ ଏବଂ ଭିଡିଓ ମଧ୍ୟ ଦେଖିବାକୁ ମିଳିଥିଲା। ଯାହାକୁ ନେଇ ବିବାଦ ମଧ୍ୟ ଆରମ୍ଭ ହୋଇଥିଲା। ବର୍ତ୍ତମାନ ଏହାକୁ ଗୁରୁତର ସହ ନେଇଛି ପ୍ରଶାସନ। ଏହା ସହିତ ରଥ କର୍ଡନ ମଧ୍ୟରୁ ବେଫିକର ହୋଇ ପ୍ରବେଶ କରିଥିବା ଏବଂ ​‌ବେଶ ବଦଳାଇ ପ୍ରବେଶ କରିଥିବା ଅଭିଯୋରେ ୧୦ ଜଣଙ୍କ ନାଁରେ ଏତଲା ଦାୟର ହୋଇଛି।

Leave A Reply

Your email address will not be published.