Odisha Link
Bridging the Missing Links in Odisha

ଅକ୍ଟୋବର ପହିଲାରୁ ପାଠପଢ଼ା ଆରମ୍ଭ, ଗାଇଡଲାଇନ ଜାରିକଲା ୟୁଜିସି

ଭୁବନେଶ୍ବର: ଆସନ୍ତା ଅକ୍ଟୋବର ପହିଲାରୁ ଚଳିତ ଶିକ୍ଷାବର୍ଷ ପାଇଁ ପାଠପଢ଼ା ଆରମ୍ଭ ହେବ। ୟୁଜିସି ପକ୍ଷରୁ ପରୀକ୍ଷା ଓ ଶିକ୍ଷା ବର୍ଷ ପାଠପଢ଼ା ନେଇ ଗାଇଡଲାଇନ୍ ଜାରି କରାଯାଇଛି। ୨୦୨୧-୨୨ ନାମଲେଖା ସେପ୍ଟେମ୍ବର ୩୦ ସୁଦ୍ଧା ଶେଷ କରିବାକୁ ନିଷ୍ପତ୍ତି ହୋଇଛି।

୨୦୨୧-୨୨ ଶିକ୍ଷାବର୍ଷ ପରୀକ୍ଷା ପାଇଁ ଗାଇଡ଼ଲାଇନ ଜାରି କଲା ୟୁଜିସି। ଖୁବଶୀଘ୍ର ବିଭିନ୍ନ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ୟୁଜିସି କହିଛି। ଏଣ୍ଟ୍ରାନ୍ସ ରେଜଲ୍ଟ ବିଳମ୍ବ ହେଲେ ମଧ୍ୟ ଅକ୍ଟୋବର ୧ରୁ ନୂଆ ଶିକ୍ଷା ବର୍ଷ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। କୋରୋନା ଜନିତ କୌଣସି କାରଣରୁ ଛାତ୍ରଛାତ୍ରୀ ଆଡମିଶନ କରିନପାରିବେ ତେବେ ଫର୍ମ ପୂରଣ ବାବଦକୁ ସବୁ ଟଙ୍କା ଫେରସ୍ତ କରାଯାଇବ।

ସେପ୍ଟେମ୍ବର ୩୦ ସୁଦ୍ଧା ଆଡମିସନ ପ୍ରକ୍ରିୟା ଶେଷ କରିବାକୁ ୟୁଜିସି ନିର୍ଦ୍ଦେଶ ଦେଇଛି। ଅକ୍ଟୋବର ୧ ସୁଦ୍ଧା ପିଜି ଓ ୟୁଜି ପାଠପଢ଼ା ଆରମ୍ଭ ହେବା ସହ ୩୧ଜୁଲାଇ ୨୦୨୨ ସୁଦ୍ଧା ଶେଷକରି ପ୍ରଥମ ବର୍ଷ ପିଲାଙ୍କ ସେମିଷ୍ଟର ପରୀକ୍ଷା କରିବାକୁ ନିଷ୍ପତ୍ତି ହୋଇଛି। ସେହିପରି ଜୁଲାଇରେ ପରୀକ୍ଷା ସରିବା ପରେ ଅଗଷ୍ଟ ୧ ୨୦୨୨ରୁ ନୂଆ ଶିକ୍ଷାବର୍ଷ ଆରମ୍ଭ କରାଯିବ।

Leave A Reply

Your email address will not be published.