Odisha Link
Bridging the Missing Links in Odisha

କରୋନା ସଂକ୍ରମଣ ଅଥିକ ହେଲେ ବାତିଲ୍‌ ହେବ ଟୋକିଓ ଅଲିମ୍ପିକ: ତୋଶିରୋ

ଟୋକିଓ: ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେବାକୁ ଆଉମାତ୍ର ଦୁଇ ଦିନ ବାକିଥିବା ବେଳେ କରୋନା ସଂକ୍ରମଣ ବାଧା ସୃଷ୍ଟି କଲାଣି।ବିଦେଶୀ ନାଗରିକଙ୍କ ଆଗମନ ସହିତ ଗ୍ରୀଡା ଭିଲେଜରେ ଆଥଲେଟଙ୍କ ସଂକ୍ରମଣ ହାର ବଢ଼ୁଛି। ତେଣୁ ଅଲିମ୍ପିକ୍‌ ଆୟୋଜନ ନେଇ ଏବେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଠି ହୋଇଛି।

ଟୋକିଓ ଅଲିମ୍ପିକ୍ସ ଆୟୋଜନକୁ ଜାପାନର ୮୦% ଲୋକ ଓ ବିଭିନ୍ନ ସଚେତନଶୀଳ ବ୍ୟକ୍ତି ବିଶେଷ ,ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ବ୍ୟବସାୟୀ ବିରୋଧ କରି ଆସୁଥିବା ବେଳେ ଜାପାନ ଲୋକ ବିଦେଶୀ ଆଥଲେଟ ଓ ପର୍ଯ୍ୟଟକଙ୍କ ଉପସ୍ଥିତିକୁ ଭୟ କରୁଥିବା ବେଳେ ବର୍ତ୍ତମାନ ପ୍ରତିଦିନ କ୍ରୀଡା ଭିଲେଜରେ ରହୁଥିବା ବିଦେଶୀ ଆଥଲେଟଙ୍କ ମଧ୍ୟରୁ ଅନେକଙ୍କର କରୋନା ପରୀକ୍ଷା ରିପୋର୍ଟ ପଜିଟିଭ ଆସୁଛି।

ତେବେ ଟୋକିଓ ଅଲିମ୍ପିକ୍‌ ମୁଖ୍ୟ ତୋଶିରୋ ମୁତୋ କହିଛନ୍ତି ଯେ ମୋଟ କେତେ ସଂଖ୍ୟକ ଆଥଲେଟ୍‌ ସଂକ୍ରମିତ ହେଉଛନ୍ତି ତାହା ଅନୁଧ୍ୟାନ କରିବା ପରେ ଅଲିମ୍ପିକ୍‌ ଭାଗ୍ୟ ଓ ଭବିଷ୍ୟତ ନିର୍ଦ୍ଧାରଣ କରାଯିବ। ମାତ୍ର ଆମର ଆକଳନ ଠାରୁ କମ୍‌ ସଂଖ୍ୟକ ଆଥଲେଟ୍‌ କରୋନାରେ ସଂକ୍ରମିତ ହେଲେ କୌଣସି ସମସ୍ୟା ନାହିଁ। ଅବଶ୍ୟ ଆଥଲେଟଙ୍କ ସଂକ୍ରମଣ ନେଇ ଆମେ ନିଶ୍ଚିତ ଚିନ୍ତିତ। କ଼ାରଣ କ୍ରୀଡା ଅପେକ୍ଷା ଦେଶର ଜନ ସାଧାରଣଙ୍କ ସ୍ୱସ୍ଥ୍ୟ ଓ ସୁରକ୍ଷା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ତେଣୁ ଖୁବଶୀର୍ଘ ପାଞ୍ଚ ଦଳକୁ ନେଇ ଆମେ ଏହି ପ୍ରସଙ୍ଗ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି।

ତୋଶିରୋ ମୁତୋ ପୁଣି କହିଛନ୍ତି ଯେ, କରୋନା ସଂକ୍ରମଣ ସତ୍ତେ୍ୱ ଏହି ଅଲିମ୍ପିକ୍‌ କ୍ରୀଡା ଶତ ପ୍ରତିଶତ ସଫଳ ହେବ। କାରଣ ଖାଲି ଷ୍ଟାଡିୟମରେ ସମସ୍ତ କ୍ରୀଡା ଇଭେଣ୍ଟ ଅନୁଷ୍ଠିତ ହେବ। ତେଣୁ ସାଧାରଣ ଲୋକଙ୍କ ଉପରେ ଏହାର କୌଣସି ସିଧା ସଳଖ ପ୍ରଭାବ ପଡିବ ନାହିଁ। ତେବେ ଜୁଲାଇ ୧ରୁ ଆଜି ପର୍ଯ୍ୟନ୍ତ ଅଲିମ୍ପିକ୍‌ କ୍ରୀଡା ଭିଲେଜରେ ମୋଟ ୬୭ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତେଣୁ ୧୧ ହଜାର ଆଥଲେଟ୍‌ ଓ କର୍ମକର୍ତ୍ତାଙ୍କ ମଧରୁ ମାତ୍ର ୬୭ ଜଣ ଆକ୍ରାନ୍ତ ହେବା ବଡ ବିଦ ସଙ୍କେତ ନୁହେଁ ବୋଲି ଅନୁଭବ କରେ।

Leave A Reply

Your email address will not be published.