Odisha Link
Bridging the Missing Links in Odisha

ହୀରାକୁଦ ଡ୍ୟାମରେ ଖୋଲିଲା ଆଉ ୪ ଗେଟ୍

ସମ୍ବଲପୁର: ଆଜି ହୀରାକୁଦ ଡ୍ୟାମରେ ଖୋଲିଲା ଆଉ ୪ ଗେଟ୍। ଏହା ସହ ବର୍ତ୍ତମାନ ମୋଟ ୮ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି। ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୦୯.୭୯ ଫୁଟ ରହିଛି। ଖୋଲାଯାଇଥିବା ୮ଟି ଗେଟରୁ ଏବେ ଜଳ ନିଷ୍କାସିତ ହେଉଛି। ଏହି ସମୟ ମଧ୍ୟରେ ଉପର ମୁଣ୍ଡରୁ ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି ୧,୮୪,୮୯୯ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ଜଳ ଭଣ୍ଡାରରୁ ସେକେଣ୍ଡ ପ୍ରତି ୧୧,୩୨,୦୮ କ୍ୟୁସେକ ଜଳ ନିଷ୍କାସନ ହେଉଛି।

ଗତ ୧୧ ତାରିଖରେ ହୀରାକୁଦ ଡ୍ୟାମର ୨ ଟି ଗେଟ ଖୋଲାଯାଇ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଥିବା ବେଳେ ୧୭ ତାରିଖରେ ଉପର ମୁଣ୍ଡରେ ବର୍ଷା କମ ହେବାରୁ ୨ ଟି ଯାକ ଗେଟ ବନ୍ଦ କରାଯାଇଥିଲା। ତେବେ ଗତ ୨୪ ତାରିଖରେ ପୁଣି ୪ ଟି ଗେଟ ଖୋଲା ଯାଇଥିଲା।