Odisha Link
Bridging the Missing Links in Odisha

କରୋନା କଟକଣାରେ ମଧ୍ୟରେ ଖୋଲିଲା ସ୍କୁଲ

ଭୁବନେଶ୍ବର: କରୋନା କଟକଣାରେ ମଧ୍ୟରେ ଖୋଲିଲା ସ୍କୁଲ। କରୋନା କାରଣରୁ ଦୀର୍ଘ ଦିନ ପରେ ଖୋଲିଛି ସ୍କୁଲ। ପିଲାଙ୍କର ଅନ୍‌ଲାଇନ୍‌ରେ ପାଠପଢ଼ା ହେଉଥିବା ବେଳେ ଆଜି ରାଜ୍ୟରେ ଶ୍ରେଣୀଗୃହରେ ଆରମ୍ଭ ହେଲା ପାଠପଢା। ପ୍ରଥମ ପର୍ଯ୍ୟାୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଶ୍ରେଣୀଗୃହରେ ପାଠପଢିବେ। ସ୍କୁଲ ଖୋଲିଥିବାରୁ ଛାତ୍ରଛାତ୍ରୀ ଓ ଶିକ୍ଷକ, ଶିକ୍ଷୟତ୍ରୀ ଖୁସି ବ୍ୟକ୍ତ କରିଛନ୍ତି। ସରକାରଙ୍କ ଦ୍ବାରା ଜାରି କରିଥିବା ଗାଇଡଲାଇନକୁ କଡା ପାଳନ କରି ଛାତ୍ରଛାତ୍ରୀଙ୍କୁ ଶ୍ରେଣୀଗୃହରେ ପାଠପଢ଼ା ଯିବାର ବ୍ୟବସ୍ଥା କରିଛନ୍ତି ସ୍କୁଲ କର୍ତ୍ତୃପକ୍ଷ

ନିର୍ଦ୍ଧାରିତ ସମୟ ଅନୁଯାୟୀ ସକାଳ ୧୦ଟାରୁ କ୍ଲାସ ଆରମ୍ଭ ହୋଇ ଦିନ ଗୋଟାଏ ୩୦ ଯାଏ ଚାଲିବ। ଏହି ସମୟରେ ପିଲାଙ୍କୁ ବ୍ରେକ ପାଇଁ ଛଡାଯିବ ନାହିଁ। କରୋନା କଟକଣା ଭିତରେ ଖୋଲିଛି ସମସ୍ତ ସ୍କୁଲ୍। କ୍ଲାସ୍ ରୁମ୍ ସାନିଟାଇଜ୍ କରାଯିବା ସହିତ ପରିସରକୁ ସଫା ସୁତୁରା କରାଯାଇଛି।

ପିଲାମାନେ ଯେପରି ହାତ ଭଲ କରି ଧୋଇବେ, ସାମାଜିକ ଦୂରତ୍ୱ ମାନି କ୍ଲାସରେ ବସିବେ ଏବଂ ସବୁବେଳେ ମାସ୍କ ପିନ୍ଧିବେ ସେଥିପ୍ରତି ସ୍କୁଲ ପକ୍ଷରୁ ସଚେତନ କରାଯାଇଛି। ଯେଉଁମାନେ ସ୍କୁଲ ନ ଆସିବେ ସେମାନଙ୍କ ଅନଲାଇନ୍ କ୍ଲାସରେ ସାମିଲ ହୋଇପାରିବେ। କରୋନାର ଦ୍ୱିତୀୟ ଲହର ସଂକ୍ରମଣ ହ୍ରାସ ପାଇବା ପରେ ଅନଲାଇନ୍ ସହ ଅଫଲାଇନ୍ କ୍ଲାସ୍ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଯଦି ସବୁକିଛି ଠିକଠାକ୍ ଚାଲେ ତେବେ ସେପ୍ଟେମ୍ବର ୧୫ ନବମ ଓ ଏକାଦଶ ଶ୍ରେଣୀ ଖୋଲିବା ପାଇଁ ଯୋଜନା କରୁଛି ଗଣଶିକ୍ଷା ବିଭାଗ।

Leave A Reply

Your email address will not be published.