Odisha Link
Bridging the Missing Links in Odisha

ବିପଦ ସଙ୍କେତ ଟପିଲା ସୁବର୍ଣ୍ଣରେଖା

ଜଳେଶ୍ୱର: ଝାଡ଼ଖଣ୍ଡରେ ପ୍ରବଳ ବର୍ଷା କାରଣରୁ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ପାଇଛି। ଫଳରେ ବାଲିଆପାଳ ଓ ଜଳେଶ୍ୱର ବ୍ଲକ୍‌ର ୨୦ଟି ଗାଁରେ ବନ୍ୟା ପାଣି ପଶିଛି। ଗତକାଲି ରାତିରେ ବନ୍ୟା ପାଣି ଗାଁରେ ପଶିଥିବା ବେଳେ ସ୍ଥାନୀୟ ଲୋକ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

ଗଲୁଡିହ ବ୍ୟାରେଜରୁ ୮ ହଜାର କ୍ୟୁସେକ୍ ପାଣି ପ୍ରବାହିତ ହେଉଛି। ଜଳେଶ୍ୱର ସ୍ଥିତ ରାଜଘାଟଠାରେ ସୁବର୍ଣ୍ଣରେଖା ବିପଦ ସଙ୍କେତ ଟପିଛି। ବିପଦ ସଙ୍କେତ ୧୦.୩୬ ଥିବା ବେଳେ ଏବେ ୧୦.୪୨ ମିଟର ଉଚ୍ଚରେ ପାଣି ପ୍ରବାହିତ ହେଉଛି।

ବାଲିଆପାଳ ବ୍ଲକର ତଳିଆ ଅଞ୍ଚଳରେ ଥିବା ଆଠବାଟିଆ, କୁଦମାନସିଂ, ଗୁନାପୁର, ସୁଙ୍ଗ ମୁହଁ, ବିଷ୍ଣୁପୁର ଓ ଜଳେଶ୍ୱର ବ୍ଲକର ଛଟ ଖାନପୁରରେ ପାଣି ପଶିଛି। ବର୍ଷା ନ କମିଲେ ଅଧିକ ଗାଁରେ ବନ୍ୟା ପାଣି ପଶିବା ଆଶଙ୍କା କରାଯାଉଛି।

Leave A Reply

Your email address will not be published.