ଅଧା ଓଡ଼ିଶା ରେଳରେ ବୁଲିବେ ଅଶ୍ୱିନୀ

ଭୁବନେଶ୍ୱର: ରେଳମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି ଅଶ୍ବିନୀ ବୈଷ୍ଣବ। ଆସନ୍ତା ୧୬ ତାରିଖରେ ଓଡ଼ିଶା ଆସିବେ ଅଶ୍ବିନୀ। ସେ ଓଡ଼ିଶା ଆସିବା ପରେ ପ୍ରଥମେ ପୁରୀ ଯାଇ ଜଗନ୍ନାଥ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ତାହାପରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ଏହା ସହିତ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନକୁ ରେଳଯାତ୍ରା କରିବେ । ଯାତ୍ରା ସମୟରେ ଓଡ଼ିଶାର ବିଭିନ୍ନ ରେଳ ପ୍ରକଳ୍ପର ଭିତ୍ତିଭୂମି ଓକାର୍ଯ୍ୟାନ୍ୱୟନ ସମୀକ୍ଷା କରିବେ । ରାୟଗଡ଼ାରୁ କୋରାପୁଟ, ଜୟପୁର, ଭବାନୀପାଟଣା,ବଲାଙ୍ଗୀର, ସମ୍ବଲପୁର ଯାଇପାରନ୍ତି ବୋଲି ବିଜେପିର ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି । ଏପର୍ଯ୍ୟନ୍ତ ତାଙ୍କର ଗସ୍ତ ସଂକ୍ରାନ୍ତ ବିସ୍ତୃତ ସୂଚନା ଆସିନଥିବା ସେ ଗଣମାଧ୍ୟମକୁ କହିଛନ୍ତି।