ଅଗଷ୍ଟ ୭କୁ ଜାତୀୟ ଜାଭେଲିନ୍ ଦିବସ ପାଳନ କରିବାକୁ ଘୋଷଣା

ନୂଆଦିଲ୍ଲୀ: ଅଗଷ୍ଟ ୭କୁ ଜାତୀୟ ଜାଭେଲିନ୍ ଦିବସ ରୂପେ ପାଳନ କରିବାକୁ ଘୋଷଣା। ଭାରତୀୟ ଜାଭ୍ଲିନ୍ ଖେଳାଳୀ ନୀରଜ ଚୋପ୍ରା ଟୋକିଓ ଅଲିମ୍ପିକ୍ସରେ ଏହି ଦିନ ସ୍ବର୍ଣ୍ଣ ପଦକ ଜିତି ଦେଶକୁ ଗୌରବାନ୍ବିତ କରିଥିବାରୁ। ଏହି ଦିନକୁ ସ୍ମରଣୀୟ କରିବା ପାଇଁ ପ୍ରତିବର୍ଷ ଅଗଷ୍ଟ ୭ ତାରିଖକୁ ଜାତୀୟ ଜାଭ୍ଲିନ୍ ଦିବସ ଭାବେ ପାଳନ କରିବାକୁ ଭାରତୀୟ ଦୌଡ଼କୁଦ ମହାସଂଘ ନିଷ୍ପତ୍ତି ନେଇଛି। ଟୋକିଓରେ ୮୭.୫୮ ମିଟର ଜାଭ୍ଲିନ୍ ପିଙ୍ଗି ୨୩ ବର୍ଷୀୟ ନୀରଜ ବ୍ୟକ୍ତିଗତ ଅଲିମ୍ପିକ୍ ସ୍ବର୍ଣ୍ଣ ପଦକ ଜିତିଛନ୍ତି।
ଜାଭ୍ଲିନ୍ ଥ୍ରୋ’କୁ ସାରା ଭାରତରେ ଲୋକପ୍ରିୟ କରିବା ପାଇଁ ଅଗଷ୍ଟ ୭ ତାରିଖକୁ ଜାଭ୍ଲିନ୍ ଦିବସ ଭାବେ ପାଳନ କରିବାକୁ ଏବଂ ଆସନ୍ତା ବର୍ଷଠୁ ଆମର ଅନୁବନ୍ଧିତ ସଂଘଗୁଡ଼ିକ ସେମାନଙ୍କ ରାଜ୍ୟରେ ଜାଭ୍ଲିନ୍ ପ୍ରତିଯୋଗିତା ଆୟୋଜନ କରିବେ’ ବୋଲି ଏଏଫ୍ଆଇ ଯୋଜନା ଆୟୋଗ ଅଧ୍ୟକ୍ଷ ଲଳିତ ଭାନୋଟ ସମ୍ବର୍ଦ୍ଧନା ଉତ୍ସବରେ କହିଛନ୍ତି। ଏହି ଉତ୍ସବରେ ନୀରଜ ମଧ୍ୟ ଉପସ୍ଥିତ ଥିଲେ।