Odisha Link
Bridging the Missing Links in Odisha

ଘାଟିରୁ ୧୦୦ ଫୁଟ ତଳକୁ ଖସିଲା ଟ୍ରକ୍‌, ୨ ମୃତ

ବାରିପଦା: ଘାଟିରୁ ୧୦୦ ଫୁଟ ତଳକୁ ଖସିଲା ଟ୍ରକ୍‌। ଆଜି ସକାଳେ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ୪୯ନଂ ଜାତୀୟ ରାଜପଥ ବାଙ୍ଗିରିପୋଷି ଘାଟିରେ ଏହି ସଡକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ସମସ୍ତଙ୍କ ଘର ମହାରାଷ୍ଟ୍ରର ମାଲକାପୁରରେ ବୋଲି ଜଣାପଡ଼ିଛି।

ସୂଚନା ମୁତାବକ, ନାସିକରୁ ଏକ ପିଆଜ ବୋଝେଇ ଟ୍ରକ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଲା। ଆଜି ସକାଳେ ଟ୍ରକ୍‌ଟି ବାଙ୍ଗିରିପୋଷି ଘାଟି ଅତିକ୍ରମ କରୁଥିବା ବେଳେ ଭାରସାମ୍ୟ ହରାଇ ୧୦୦ ଫୁଟ ତଳକୁ ଖସି ପଡ଼ିଥିଲା। ଏହି ସମୟରେ ଟ୍ରକ୍‌ରେ ଥିବା ହେଲ୍‌ପର୍‌ ୱାସିମ୍‌ ତଳକୁ ଡେଇଁ ପଡ଼ି ଗୁରୁତର ହୋଇ ପଡ଼ିଛନ୍ତି। ହେଲେ ଘାଟି ତଳେ ଟ୍ରକ୍‌ଟି ପଡ଼ିଥିବା ବେଳେ ଟ୍ରକ୍‌ ତଳେ ଚାପି ହୋଇ ଇନୁସ୍‌ ଓ ତାଙ୍କ ସାଙ୍ଗ ଜୱଲଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।

ଖବର ପାଇ ସ୍ଥାନୀୟ ଲୋକେ ଏବଂ ଦମକଳବାହିନୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ବାଙ୍ଗିରିପୋଷି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ହେଲେ ସେଠାରେ ଡାକ୍ତର ଇନୁସ୍‌ ଓ ଜୱଲଙ୍କୁ ମୃତ ଘୋଷଣା କରିଛନ୍ତି।

Leave A Reply

Your email address will not be published.