Odisha Link
Bridging the Missing Links in Odisha

ଇଣ୍ଡିଆନ ଆଇଡଲ ବିଜେତା ହେଲେ ପବନଦୀପ୍

ମୁମ୍ବାଇ: ସିଙ୍ଗିଙ୍ଗ ରିଆଲିଟି ଶୋ’ ଇଣ୍ଡିଆନ ଆଇଡଲ ସିଜିନ୍ ୧୨ର ବିଜେତା ହେଲେ ପବନଦୀପ୍। ଉତ୍ତରାଖଣ୍ଡର ପବନଦୀପ ରାଜନ ପିନ୍ଧିଛନ୍ତି ଇଣ୍ଡିଆନ୍ ଆଇଡଲ୍‌ ବିଜୟୀ ମୁକୁଟ।

ପବନଦୀପ ପ୍ରଥମରୁ ଦର୍ଶକ ଓ ଜଜ୍‌ଙ୍କୁ ନିଜ ସ୍ୱରର ଯାଦୁରେ ଇମ୍ପ୍ରେସ୍‌ କରିଥିବା ବେଳେ ଅନ୍ୟ ପ୍ରତିଯୋଗୀଙ୍କୁ କଡ଼ା ଟକ୍କର ଦେଇ ଶେଷରେ ବିଜୟୀ ହୋଇଛନ୍ତି। ବିଜୟୀ ଟ୍ରଫି ସହ ତାଙ୍କୁ ପୁରସ୍କାର ବାବଦକୁ ୨୫ ଲକ୍ଷ ଟଙ୍କା ଓ ଏକ କାର୍‌ ମିଳିଛି।

ଏହି ପ୍ରତିଯୋଗୀତାରେ ଅରୁଣିତା କାଞ୍ଜିଲାଲ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ସାୟଲି କାମ୍ବଲି ତୃତୀୟ ସ୍ଥାନରେ ରହିଛନ୍ତି। ସେହିଭଳି ମୋହମ୍ମଦ ଦାନିଶ ଚତୁର୍ଥ ଓ ନିହାଲ ପଞ୍ଚମ ସ୍ଥାନରେ ରହିଥିବା ବେଳେ ସବୁଠୁ କମ୍ ଭୋଟ୍ ପାଇ ଶନମୁଖପ୍ରିୟା ଷଷ୍ଠ ସ୍ଥାନରେ ରହିଛନ୍ତି।

Leave A Reply

Your email address will not be published.