Odisha Link
Bridging the Missing Links in Odisha

ଆଫଗାନିସ୍ତାନର ରାଷ୍ଟ୍ରପତି ହେବେ ମୁଲ୍ଲା ଅବଦୁଲ୍ ବରାଦର!

ନୂଆଦିଲ୍ଲୀ: ତାଲିବାନ ଆଫଗାନିସ୍ତାନକୁ ସମ୍ପୂର୍ଣ୍ଣ ଅକ୍ତିଆର କରି ସାରିଛି। ରାଷ୍ଟ୍ରପତି ଅସରଫ ଘନି ଦେଶଛାଡ଼ି ପଳାୟନ କରିଥିବା ବେଳେ ରାଜଧାନୀ କାବୁଲ ଓ ରାଷ୍ଟ୍ରପତି ଭବନ ତାଲିବାନ ନିଜ କବଜାକୁ ନେଇ ସାରିଛି। ତେବେ ପ୍ରାପ୍ତ ସୂଚନା ମୁତାବକ ମୁଲ୍ଲା ଅବଦୁଲ ଘନୀ ବରାଦର ଆଫଗାନିସ୍ତାନର ନୂଆ ରାଷ୍ଟ୍ରପତି ହୋଇପାରନ୍ତି। ହେଲେ ତାଲିବାନଙ୍କ ପକ୍ଷରୁ ଏନେଇ କୌଣସି ବିବୃତ୍ତି ପ୍ରକାଶ କରାଯାଇନାହିଁ।

ତେବେ ଦେଶର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟ ଜାରି ରଖିବାକୁ ତାଲିବାନ୍ ନିର୍ଦ୍ଦେଶ ଦେଇଛି। ପ୍ରାୟ ଦୁଇ ଦଶନ୍ଧିର ଦୀର୍ଘ ଲଢ଼େଇ ପରେ ଆଫଗାନିସ୍ତାନରୁ ଆମେରିକାର ସେନା ପ୍ରତ୍ୟାହାର ହେବାର କିଛିଦିନ ମଧ୍ୟରେ ତାଲିବାନ ପୂରା ଦେଶକୁ କବଜା କରିନେଇଛି। ଆଫଗାନିସ୍ତାନର ରାଷ୍ଟ୍ରପତି ଘନି ଦେଶ ଛାଡ଼ି ତାଜିକିସ୍ତାନ ଚାଲିଯାଇଥିବା ବେଳେ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ମଧ୍ୟ ଦେଶ ପରିତ୍ୟାଗ କରିଛନ୍ତି ।

Leave A Reply

Your email address will not be published.