Odisha Link
Bridging the Missing Links in Odisha

ଆଫଗାନିସ୍ତାନରୁ ଭାରତ ଫେରିଲେ ୧୨୯ ଯାତ୍ରୀ

ନୂଆଦିଲ୍ଲୀ: ଆଫଗାନିସ୍ତାନରୁ ଭାରତ ଫେରିଲେ ଶତାଧିକ ଯାତ୍ରୀ। କାବୁଲରୁ ୧୨୯ ଯାତ୍ରୀଙ୍କୁ ଧରି ଏୟାର ଇଣ୍ଡିଆର ବିମାନ ନୂଆଦିଲ୍ଲୀରେ ପହଞ୍ଚିଛି। ଆଜି ମଧ୍ୟ କାବୁଲ ଓ ନୂଆଦିଲ୍ଲୀ ମଧ୍ୟରେ ଏୟାର ଇଣ୍ଡିଆର ବିମାନ ଚଳାଚଳ ଜାରି ରହିବ। ଏନେଇ ଏୟାର ଇଣ୍ଡିଆର ଜ‌ଣେ ଅଧିକାରୀ ପ୍ରକାଶ କରିଛନ୍ତି।

କାବୁଲକୁ ତାଲିବାନ ଦଖଲ କରିନେବା ପରେ ସହରର ସୁରକ୍ଷା ବିପନ୍ନ ହୋଇପଡ଼ିଛି। ଆମେରିକା ଆଫଗାନିସ୍ତାନରେ ଫସି ରହିଥିବା ନିଜ ନାଗରିକ ତଥା ବନ୍ଧୁ ସହଯୋଗୀମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତତର କରିବା ପାଇଁ କାବୁଲ ବିମାନବନ୍ଦରରେ ପ୍ରାୟ ୬,୦୦୦ ସୈନ୍ୟ ନିୟୋଜିତ କରିବ ବୋଲି ଜଣାପଡ଼ିଛି।

ଆଫଗାନିସ୍ତାନ ଆକାଶ ଅସୁରକ୍ଷିତ ହୋଇପଡ଼ିଥିବାରୁ ବେସାମରିକ ବିମାନ ଚଳାଇବା ବିପଦପୂର୍ଣ୍ଣ ହୋଇପଡ଼ିଛି। ତେବେ ଏୟାର ଇଣ୍ଡିଆ କାବୁଲକୁ ଉଡାଣ ବନ୍ଦ କରିନାହିଁ। ସୋମବାର କାବୁଲ ଓ ଦିଲ୍ଲୀ ମଧ୍ୟରେ ବିମାନ ଚଳାଚଳ କରିବ।

Leave A Reply

Your email address will not be published.