Odisha Link
Bridging the Missing Links in Odisha

କାବୁଲ ଛାଡିଲେ ଭାରତୀୟ ଦୂତାବାସର ସବୁ କର୍ମଚାରୀ

କାବୁଲ: ତାଲିବାନ ଆଫଗାନିସ୍ତାନକୁ ଦଖଲ କରିବା ପରେ ଭାରତୀୟ ବାୟୁସେନାର ସି-୧୭ ବିମାନରେ ଭାରତ ଅଭିମୁଖେ ଉଡାଣ ଭରିଛି। ଭାରତୀୟ ଦୂତାବାସର ସମସ୍ତ କର୍ମଚାରୀଙ୍କୁ ଧରି କାବୁଲ ଛାଡିଛନ୍ତି। ସି-୧୭ ଏୟାରକ୍ରାପ୍ଟରେ ୧୨୦ ଜଣ ଭାରତୀୟ ଫେରୁଥିବା ଜଣାପଡିଛି। ବାକୁଲ ସ୍ଥିତ ଭାରତୀୟ ରାଷ୍ଟ୍ରଦୂତ ଓ କର୍ମଚାରୀ ଏଥିରେ ଫେରୁଛନ୍ତି। ଆମେରିକା ସେନାଙ୍କ ସୁରକ୍ଷା ମଧ୍ୟରେ ବିମାନଟି ଉଡାଣ ଭରିଛି।

ସମସ୍ତ ଭାରତୀୟ ଯାତ୍ରୀ ଗତକାଲିଠାରୁ ବିମାନ ବନ୍ଦରର ସୁରକ୍ଷିତ ଅଞ୍ଚଳରେ ଥିଲେ। ଭାରତୀୟଙ୍କୁ ସୁରକ୍ଷିତ ଭାବେ ବାହାର କରିବାକୁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଓ ଆମେରିକାର ବୈଦେଶିକ ମନ୍ତ୍ରୀ ଏଣ୍ଟୋନିଙ୍କ ମଧ୍ୟରେ ଆଲୋଚନା ହୋଇଛି। ଆଫଗାନିସ୍ତାନରେ ଫସି ରହିଥିବା ଭାରତୀୟଙ୍କ ପାଇଁ ଜରୁରୀକାଳୀନ ନମ୍ବର ଏବଂ ଇ-ମେଲ ଆଇଡି ଜାରି କରିଛି ଗୃହ ମନ୍ତ୍ରଣାଳୟ।

ସୋମବାର ଆଫଗାନିସ୍ତାନର ବେସାମରିକ ବିମାନ ଚଳାଚଳ ବିଭାଗ ମଧ୍ୟ ତାଲିବାନ ହାତକୁ ଚାଲିଯିବା ପରେ ଏଠିକାର ସମସ୍ତ ବିମାନ ଚଳାଚଳକୁ ରଦ୍ଦ କରିଦିଆଯାଇଛି । ଆଫଗାନିସ୍ତାନରୁ ପ୍ରଥମ ପର୍ଯ୍ୟାୟରେ ୧୨୯ ଜଣ ଭାରତୀୟଙ୍କୁ ଅଣାଯିବା ପରେ ଦିଲ୍ଲୀରୁ କାବୁଲକୁ ଉଡାଣ ଭରିବାକୁ ଥିବା ଦ୍ୱିତୀୟ ବିମାନକୁ ରଦ୍ଦ କରିଦିଆ ଯାଇଛି।

Leave A Reply

Your email address will not be published.