ଟି-ଟ୍ୱେଣ୍ଟି ପୁରୁଷ ବିଶ୍ୱକପ୍ ଖେଳ ସୂଚୀ ଜାରି

ନୂଆଦିଲ୍ଲୀ: କ୍ରିକେଟ ପ୍ରେମୀଙ୍କ ପାଇଁ ଆସିଛି ବଡ଼ ଖବର। ଟି-ଟ୍ୱେଣ୍ଟି ପୁରୁଷ ବିଶ୍ୱକପ୍ ପାଇଁ ଖେଳ ସୂଚୀ ଜାରି ହୋଇଛି। ଏହି କ୍ରିକେଟ ମହାକୁମ୍ଭ ନଭେମ୍ବର ୧୪ ଯାଏଁ ଓମାନ ଓ ୟୁଏଇରେ ଖେଳାଯିବ।
ଟି-ଟ୍ୱେଣ୍ଟି ପୁରୁଷ ବିଶ୍ୱକପ୍ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ଏଥିସହ ଗୋଟିଏ ଗ୍ରୁପରେ ଅଛନ୍ତି ଚିର ପ୍ରତିଦ୍ବନ୍ଦୀ ଭାରତ ଓ ପାକିସ୍ତାନ। ଅକ୍ଟୋବର ୨୪ରେ ଭାରତ-ପାକ୍ ମୁକାବିଲା ରହିଛି। କ୍ରିକେଟ ପ୍ରେମୀ ଦେଖିବେ ସୁପର ସଣ୍ଡେ ମୁକାବିଲା।