Odisha Link
Bridging the Missing Links in Odisha

ଚତୁର୍ଥ ପର୍ଯ୍ୟାୟରେ ଆଉ ୧୦ ସ୍ମାର୍ଟ ସ୍କୁଲ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ: ସ୍ମାର୍ଟ ହେଉଛି ସ୍କୁଲ। ଆଜି ଚତୁର୍ଥ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାରେ ୧୦ଟି ରୂପାନ୍ତର ବିଦ୍ୟାଳୟର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଏହି ସ୍କୁଲର ଉଦଘାଟନ କରିବେ। ଏହି ଅବସରରେ ବହୁ ମନ୍ତ୍ରୀ ଓ ବିଧାୟକ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି।

ସ୍ମାର୍ଟ ସ୍କୁଲ୍‌ରେ ଶ୍ରେଣୀ ଗୃହ ସାଙ୍ଗକୁ ଇ-ଲାଇବ୍ରେରୀ ନିର୍ମାଣ ହୋଇଛି। ଯେଉଁଥିରେ ଛାତ୍ର ଛାତ୍ରୀମାନେ ଅନଲାଇନରେ ପାଠ ପଢିବାର ସୁଯୋଗ ପାଇବେ। ଗତ ୨୧ ତାରିଖରେ ରାଜ୍ୟ ସରକାରଙ୍କର ସ୍କୁଲ ରୂପାନ୍ତର କାର୍ଯ୍ୟ ଆରମ୍ଭ ହୋଇଥିଲା। ଫାଇଭ୍‌-ଟି ଉପକ୍ରମରେ ହିଞ୍ଜିଳିର ୫୦ଟି ସ୍କୁଲର ରୂପାନ୍ତର କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି। ପାଞ୍ଚଟି ପର୍ଯ୍ୟାୟରେ ୫୦ଟି ସ୍କୁଲ ଲୋକାର୍ପଣ କରାଯିବ। ତିନୋଟି ପର୍ଯ୍ୟାୟରେ ୩୦ଟି ସ୍କୁଲ ଲୋକାର୍ପିତ ହୋଇସାରିଛି।

Leave A Reply

Your email address will not be published.