Odisha Link
Bridging the Missing Links in Odisha

ଅଭିନେତ୍ରୀ ପାୟଲ ରୋହତଗିଙ୍କ ନାଁରେ ମାମଲା ରୁଜୁ

ନୂଆଦିଲ୍ଲୀ: ଅଭିନେତ୍ରୀ ପାୟଲ ରୋହତଗିଙ୍କ ବିରୋଧରେ ପୁଣେରେ ଏକ ମାମଲା ରୁଜୁ ହୋଇଛି। ନେହେରୁ-ଗାନ୍ଧୀ ପରିବାରର ବିରୋଧରେ ଅଶ୍ଳୀଳ ମନ୍ତବ୍ୟ ପାଇଁ ଅଭିନେତ୍ରୀଙ୍କ ଉପରେ ଏହି ମାମଲା ହୋଇଛି। ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କ ପାଇଁ ପାୟଲ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିବା ଅଭିଯୋଗ ହୋଇଛି।

ଏକ ସୋସିଆଲ ମିଡିଆ ଭିଡିଓ ଯୋଗୁଁ ପାୟଲଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଛି। ପାୟଲ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ସେ ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ ଏବଂ ରାଜୀବ ଗାନ୍ଧୀଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ପାୟଲଙ୍କ ବିରୋଧରେ ଆଇପିସିର ଧାରା ୧୫୩ (ଏ), ୫୦୦, ୫୦୫ (୨) ଏବଂ ୩୪ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ପୁଣେର କଂଗ୍ରେସ କମିଟି ଦ୍ୱାରା ଶିବାଜୀ ନଗର ପୋଲିସ ଷ୍ଟେସନରେ ଅଭିନେତ୍ରୀଙ୍କ ନାଁରେ ଏହି ମାମଲା ରୁଜୁ ହୋଇଛି।

ସୋସିଆଲ ମିଡିଆ ଭିଡିଓ ଯୋଗୁଁ ପୂର୍ବରୁ ବି ପାୟଲ ଅନେକଥର ଫସିଛନ୍ତି। ୩୬ ବର୍ଷୀୟା ଅଭିନେତ୍ରୀଙ୍କ ସୋସିଆଲ ମିଡିଆ ପୋଷ୍ଟ ଓ ଭିଡିଓ ଯୋଗୁଁ ଦେଶର ବିଭିନ୍ନ ସ୍ଥାନରେ ମାମଲା ରୁଜୁ ହୋଇଛି।

Leave A Reply

Your email address will not be published.