ଅତ୍ୟାଧୁନିକ ବସ୍ ଏବଂ ଡିପୋର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି OSRTCର ୧୧୦ଟି ନୂଆ ବସ୍ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମ ପର୍ଯ୍ୟାୟରେ ୧୧୦ଟି ନୂତନ ଯାତ୍ରୀବାହୀ ବସ୍ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ନୂଆ ବସ ପ୍ରଦୂଷଣ ରହିତ ରହିଛି। ଏଥିସହ ବିଏସ୍-୬ ଶ୍ରେଣୀର ମଧ୍ୟ ନୂତନ ବସରେ ରୁଟ୍ ଟ୍ରାକିଂ ବ୍ୟବସ୍ଥା ରହିଛି। ଯାତ୍ରୀଙ୍କ ସୁବିଧା ନିମନ୍ତେ ବସ୍ ଟ୍ରାକିଂ ସିଷ୍ଟମ ରହିଛି।
ଏଥିସହ ‘ମୋ ବସ୍’ର ଦୁଇଟି ଡିପୋକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱରରେ ‘ମୋ ବସ୍’ ପାଇଁ ଦୁଇଟି ଅତ୍ୟାଧୁନିକ ଡିପୋ କରାଯାଇଛି। ଡିପୋ ମଧ୍ୟରେ ବସ୍ ରହିବା ସହ ତେଲ ପକାଇବାର ବ୍ୟବସ୍ଥା କରାଯାଇଛି। ଦୁଇଟି ଡିପୋ ମଧ୍ୟରୁ ଗୋଟିଏ ପଟିଆରେ ରହିଥିବା ବେଳେ, ଅନ୍ୟଟି ଭଗବାନପୁର ନିକଟରେ କରାଯାଇଛି। ବସ୍ ଗୁଡ଼ିକୁ ମେସିନ୍ ଜରିଆରେ କିପରି ଭଲଭାବରେ ସଫା କରାଯାଇପାରିବ, ସେ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।