Odisha Link
Bridging the Missing Links in Odisha

ଜନ୍ମ ନେଲା ଦୁଇ ମୁଣ୍ଡିଆ ମଇଁଷି

ଢ଼ୋଲପୁର: ଜନ୍ମ ନେଲା ଦୁଇ ମୁଣ୍ଡିଆ ବିରଳ ମଇଁଷି ଛୁଆ। ମଇଁଷି ଛୁଆର ଦୁଇ ମୁଣ୍ଡ, ଚାରି ଆଖି, ୪ଟି କାନ ଏବଂ ୨ଟି ବେକ ରହିଛି। ଏହାକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି। ରାଜସ୍ଥାନର ଢ଼ୋଲପୁର ଜିଲ୍ଲା ଅନ୍ତର୍ଗତ ପୁରାସିକରୌଦାରେ ଏକ ମଇଁଷି ବିରଳ ଛୁଆ ଜନ୍ମ ଦେଇଥିବା ଜଣାପଡ଼ିଛି।

ଗୋପାଳକଙ୍କ ପରିବାର ଲୋକେ ଛୁଆଟିକୁ ବୋତଲରେ କ୍ଷୀର ଏବଂ ପାଣି ପିଆଉଛନ୍ତି। ଗୋପାଳକ ଗୁଡ୍ଡେ ସିଂହଙ୍କ ଅନୁସାରେ, ବିନା କୌଣସି ପ୍ରାଣୀ ଚିକିତ୍ସକଙ୍କ ସହାୟତାରେ ଦୁଇ ମୁଣ୍ଡିଆ ମଇଁଷି ଛୁଆ ଜନ୍ମ ନେଇଛି। ମଇଁଷି ଛୁଆଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା ବେଳେ ଦୁଇଟି ପାଟିରେ କ୍ଷୀର ପିଉଛି। ଏମିତି ଏକ ଦୁର୍ଲଭ ମଇଁଷି ଛୁଆକୁ ଦେଖିବାକୁ ଆଖପାଖ ଗାଁରୁ ଲୋକେ ଆସୁଛନ୍ତି।

Leave A Reply

Your email address will not be published.