Odisha Link
Bridging the Missing Links in Odisha

ରାଜ୍ୟରେ ଅପରାଧିକ ମାମଲା ବଢୁଛି: ଗୃହ ରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ବର: ବିଧାନସଭା ମୌସୁମୀ ଅଧିବେଶନର ପଞ୍ଚମ ଦିନରେ ଗୃହକାର୍ଯ୍ୟ ସ୍ବାଭାବିକ ଚାଲିଛି। ଗୃହରେ ବିଧାୟକ ଗଣେଶ ରାମ ଖୁଣ୍ଟିଆଙ୍କ ପ୍ରଶ୍ନର ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଉତ୍ତର ରଖିଛନ୍ତି। ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଅପରାଧିକ ମାମଲା ବଢୁଛି।

୨୦୧୯-୨୦ ବର୍ଷରେ କେତେ ଅପରାଧିକ ମାମଲା ପଞ୍ଜିକୃତ ହୋଇଛି ତାହାର ହିସାବ ଦେଇଛନ୍ତି। ୨୦୧୯ରେ ୧ ଲକ୍ଷ ୨୧ ହଜାର ୫୨୫ ହଜାର ମାମଲା ପଞ୍ଜିକୃତ ହୋଇଥିବା ବେଳେ ୨୦୨୦ରେ ୧ ଲକ୍ଷ ୩୪ ହଜାର ୨୪୩ ମାମଲା ପଞ୍ଜିକୃତ ହୋଇଛି।

Leave A Reply

Your email address will not be published.