Odisha Link
Bridging the Missing Links in Odisha

ବ୍ୟବସାୟୀଙ୍କୁ ଅପହରଣ ମାମଲା: ୱେବ୍ ପୋର୍ଟାଲ ସିଇଓ ଗିରଫ

ଭୁବନେଶ୍ୱର: ଜଣେ ବ୍ୟବସାୟୀଙ୍କୁ କିଛି ସାମ୍ବାଦିକ ଅପହରଣ ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ଉକ୍ତ ୱେବ ପୋର୍ଟାଲର ସିଇଓ ଗିରଫ। ୱେବ ପୋର୍ଟାଲ ସିଇଓଙ୍କୁ ଓଡିଶା ପୋଲିସର ଏକ ଟିମ କୋଲକାତାରୁ ଗିରଫ କରିଛି। ମିଳିଥିବା ସୂଚନା ମୁତାବକ ୱେବ ପୋର୍ଟାଲ ଲାଇଭ କଳିଙ୍ଗ ସିଓଓ ତଥା ମୁଖ୍ୟ ଅଭିଯୁକ୍ତ ହେଉଛି ରଘୁନାଥ ଓରଫ ରାଜା।

ଜଣେ ବ୍ୟବସାୟୀଙ୍କୁ ଉକ୍ତ ସଂସ୍ଥାର କିଛି ସାମ୍ବାଦିକ ଅପହରଣ କରିନେଇଥିବା ଥାନାରେ ଅଭିଯୋଗ ହୋଇଥିଲା। ପରବର୍ତ୍ତୀ ସମୟରେ ଅଭିଯୁକ୍ତ ମାନେ ବ୍ୟବସାୟୀ ପୂର୍ଣଚନ୍ଦ୍ର ସ୍ୱାଇଁକୁ ଅପହରଣ କରି ନିର୍ଯାତନା ଦେବା ନେଇ ଅଭିଯୋଗ ହୋଇଥିଲା। ମୁଣ୍ଡ ବନ୍ଧକ ରଖି ଟଙ୍କା ମଧ୍ୟ ମାଗୁଥିଲେ। ପୂର୍ବରୁ ଏହି ଘଟଣାରେ ୱେବ ପୋର୍ଟାଲର ମହିଳା ସ୍ବାମ୍ବାଦିକାଙ୍କ ସମେତ ୫ ଜଣଙ୍କୁ ପୁଲିସ ଗିରଫ କରିଛି।

Leave A Reply

Your email address will not be published.