Odisha Link
Bridging the Missing Links in Odisha

ବିପଦ ସଂକେତ ଟପିଲା ଜଳକା

ଜଳେଶ୍ୱର: ବିପଦ ସଂକେତ ଟପିଲା ଜଳକା। ଲଘୁଚାପଜନିତ ଲଗାଣ ବର୍ଷା ପ୍ରଭାବରେ ବିପଦ ସଂକେତ ଟପିଛି ଜଳକା ନଦୀର ଜଳସ୍ତର। ମଥାନି ଠାରେ ବିପଦ ସଙ୍କେତ ୫.୫୦ ମିଟର ଥିବା ବେଳେ ସକାଳ ୬ଟା ସୁଦ୍ଧା ୫.୬୦ ମିଟରରେ ଜଳ ପ୍ରବାହିତ ହେଉଛି। ଯଦି ଲଗାଣ ବର୍ଷା ଜାରି ରହେ ତେବେ ବନ୍ୟା ଆସିବାର ଆଶଙ୍କା ରହିଛି।

ଲଗାଣ ବର୍ଷା ଫଳରେ ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଦେଇ ପ୍ରବାହିତ ହେଉଥିବା ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇଛି। ନଦୀର ଉପର ମୁଣ୍ଡ ମୟୂରଭଞ୍ଜ, ମୋରଡା, ଚିତ୍ରଡା, ଶୁଳିଆ ପଦା, ରାସଗୋବିନ୍ଦପୁର ଅଞ୍ଚଳରେ ଲଗାଣ ବର୍ଷା ହେବା ଫଳରେ ମଥାନି ଠାରେ ବିପଦ ସଂକେତ ଟପିଛି ଜଳକା। ବର୍ଷା ଲାଗି ରହିଲେ ବସ୍ତା ବ୍ଲକର ୧୦ଟି ପଞ୍ଚାୟତ ପତ୍ରଝଡ଼ା, ରାଉତପଡ଼ା, ବ୍ରାହ୍ମଣଦା, ସଦାନନ୍ଦପୁର, ମଥାନି, ବାହାର୍ଦ୍ଦା ଓ ସଦର ବ୍ଲକର ୨ଟି ପଞ୍ଚାୟତ ଜଳମଗ୍ନ ହେବାର ସମ୍ଭାବନା ରହିଛି।

Leave A Reply

Your email address will not be published.