Odisha Link
Bridging the Missing Links in Odisha

ସ୍କୁଲ ପାଇଁ ସାନି ଗାଇଡଲାଇନ

ଭୁବନେଶ୍ୱର: ସ୍କୁଲ ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ସାନି ଗାଇଡଲାଇନ। ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା ପରେ ଗଣଶିକ୍ଷା ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ମାର୍ଗଦର୍ଶିକାରେ କୋଭିଡ ନିୟମ ପାଳନ ପାଇଁ ଚେତାବନୀ ଦିଆଯାଇଛି।

ସମସ୍ତ ଡି.ଇ.ଓ.ଙ୍କୁ ଚିଠି ଲେଖିଛି ଗଣଶିକ୍ଷା ବିଭାଗ। ମାର୍ଗଦର୍ଶିକା ମୁତାବକ, ସ୍କୁଲ ଆସୁଥିବା ସମସ୍ତ ଛାତ୍ରଛାତ୍ରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ସ୍କୁଲରେ ପ୍ରବେଶ ପୂର୍ବରୁ ଥର୍ମାଲ ସ୍କ୍ରିନିଂ, ସାନିଟାଇଜର ବ୍ୟବହାର କରିବେ। ସ୍କୁଲରେ କୋଭିଡ ନିୟମ ପାଳନ କରାଯାଉଛି କି ନାହିଁ ଏହାର ତନଖି କୋଭିଡ ମନିଟର କରିବେ। ସ୍କୁଲର ଖେଳ ଶିକ୍ଷକ ଏହି କାର୍ଯ୍ୟ ତୁଲାଇପାରିବେ ବୋଲି ମଧ୍ୟ ଗାଇଡଲାଇନରେ ଉଲ୍ଲେଖ ରହିଛି।

ତେବେ ରାଜ୍ୟର ସ୍କୁଲ ଗୁଡ଼ିକୁ ଏକକ ମନିଟରିଂ ବ୍ୟବସ୍ଥାରେ ରଖିବା ଲାଗି ଏକ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ରଖାଯାଇଛି। ଯେଉଁଥିରେ ସ୍କୁଲଗୁଡ଼ିକରୁ ଦୈନିକ ଆଟେଣ୍ଡାନ୍ ସ ଏବଂ କୋଭିଡ ନିୟମ ପାଳନର ତନଖି ବାବଦରେ ରିପୋର୍ଟ ସଂଗ୍ରହ କରାଯିବ। ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଏକ କୋଭିଡ ମନିଟରିଂ ସେଲ୍ ଜିଲ୍ଲା ସ୍ତରରେ ଗଠନ କରିବେ।

ଏଥିସହ ଜଣେ କୋଭିଡ କମ୍ପ୍ଲାଏନସ ଅଧିକାରୀଙ୍କୁ ନିୟୋଜିତ କରିବେ, ଯିଏକି ସ୍କୁଲରେ ଅଚାନକ ଗସ୍ତ କରି ସେଠାରେ କୋଭିଡ ନିୟମ ପାଳନ କରାଯାଉଛି କି ନାହିଁ ଏହାର ଅନୁଧ୍ୟାନ କରିବେ। ନବମରୁ ଏକାଦଶ ପର୍ଯ୍ୟନ୍ତ ହେଉଥିବା କ୍ସାସର ଆଟେଣ୍ଡାନ୍ସ ମଧ୍ୟ ଦେଖିବେ। ଯଦି କୌଣସି ସ୍କୁଲରେ କିଛି ବି କୋଭିଡ ଘଟଣା ନଜରକୁ ଆସେ ତେବେ ତୁରନ୍ତ ଖବର କରିବାକୁ କୁହାଯାଇଛି।

Leave A Reply

Your email address will not be published.