ବିଷ ପିଇ ଆତ୍ମହତ୍ୟା କଲେ ଦମ୍ପତି

ଗଞ୍ଜାମ: ବିଷ ପିଇ ଆତ୍ମହତ୍ୟା କଲେ ଦମ୍ପତି। ପାରିବାରିକ କଳହ କାରଣରୁ ଆତ୍ମହତ୍ୟା କଲେ ଦମ୍ପତି। ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପୋଡାମାରି ଭଞ୍ଜ ସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ପାଟପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ପାଟପୁର ଥାନା ପୋଡାମାରି ଭଞ୍ଜ ସାହିର ସନ୍ତୋଷ ଗୌଡ଼ ଏବଂ ତାଙ୍କ ସ୍ତ୍ରୀ ନୟନି ଗୌଡ଼ଙ୍କ ମଧ୍ୟରେ କୌଣସି କାରଣକୁ ନେଇ କଳହ ଲାଗିଥିଲା। ଫଳରେ ସ୍ଵାମୀ-ସ୍ତ୍ରୀ ଦୁଇ ଜଣେ ବିଷ ପିଇ ଆତ୍ମହତ୍ୟା କରିଥିଲେ। ସନ୍ତୋଷଙ୍କ ଘରେ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ନୟନିଙ୍କୁ ଦିଗପହଣ୍ଡି ମେଡ଼ିକାଲକୁ ନିଆଯାଇଥିଲା। ସେଠାରେ ନୟନିଙ୍କର ମୃତ୍ୟୁ ହୋଇଛି।