ହୀରାକୁଦରେ ଖୋଲିଲା ୨୪ଟି ଗେଟ

ସମ୍ବଲପୁର: ଉପରେ ମୁଣ୍ଡରେ ବର୍ଷା କାରଣରୁ ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ଆଜିକୁ ମୋଟ ୨୪ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ବାମପାର୍ଶ୍ୱର ୧୬ ଟି ଗେଟ ଖୋଲାଯାଇଥିବା ବେଳେ ଡାହାଣ ପାର୍ଶ୍ୱର ୮ଟି ଗେଟ ଖୋଲାଯାଇଛି ଜଳ ନିଷ୍କାସନ ହେଉଛି।
ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୪ ଲକ୍ଷ ୩୫ ହଜାର ୭୯୪ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ, ୪ ଲକ୍ଷ ୨୩ ହଜାର ୮୯ ଘନଫୁଟ ଜଳ ନିଷ୍କାସିତ ହେଉଛି। ହୀରାକୁଦର ସର୍ବାଧିକ ଜଳଧାରଣ କ୍ଷମତା ୬୩୦ ଫୁଟ ଥିବା ବେଳେ, ବର୍ତ୍ତମାନ ନଦୀବନ୍ଧର ଜଳସ୍ତର ୬୨୮.୩୯ ଫୁଟରେ ପହଞ୍ଚିଛି ଜଳସ୍ତର। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ୪୨.୮୧ ମିଲିମିଟର୍ ଓ ତଳ ମୁଣ୍ଡରେ ୧୦.୮୭ ମିଲିମିଟର୍ ବର୍ଷା ହୋଇଛି।
ହୀରାକୁଦ ଡ୍ୟାମ୍ ଜଳସ୍ତର ୬୨୮.୨୩ ଫୁଟ ରହିଛି। ଡ୍ୟାମ୍ ଜଳସ୍ତର ୬୨୮ ଫୁଟ ମଧ୍ୟରେ ରଖିବାକୁ ସ୍ଥିର ହୋଇଥିବାରୁ ଅଧିକ ଗେଟ୍ ଖୋଲାଯାଉଛି। ଆଜି ସକାଳେ ମୁଣ୍ଡଳିରେ ୬.୪ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ଅଧିକ ଗେଟ୍ ଖୋଲିଲେ ବି ମୁଣ୍ଡଳିରେ ୭ ଲକ୍ଷ କ୍ୟୁସେକ୍ ପାଣି ପାସ୍ କରିବ। ତେଣୁ ମହାନଦୀରେ ଏକ ଛୋଟ ବା ମଧ୍ୟମ ଧରଣର ବନ୍ୟା ଆସିବାର ଆଶଙ୍କା ରହିଛି।