Odisha Link
Bridging the Missing Links in Odisha

ପାକିସ୍ତାନକୁ ଲଜ୍ଜା: ସୁରକ୍ଷା ଦୃଷ୍ଟିରୁ ମ୍ୟାଚ୍ ଖେଳିବାକୁ ମନାକଲା ନ୍ୟୁଜିଲାଣ୍ଡ

ପାକିସ୍ତାନ: ପାକିସ୍ତାନକୁ ନ୍ୟୁଜିଲାଣ୍ଡର ଝଟକା ସୁରକ୍ଷା ଦୃଷ୍ଟିରୁ ପାକିସ୍ତାନ ଗସ୍ତରେ ଆସିଥିବା ନ୍ୟୁଜିଲାଣ୍ଡ ଅଚାନକ ନିଜର ଗସ୍ତ ବାତିଲ୍ କରିଛି। ଏପରିକି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦେଶକୁ ଏହି ଲଜ୍ଜାଜନକ ଘଟଣାରୁ ବଞ୍ଚାଇବା ପାଇଁ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଫୋନ୍ କରିଛନ୍ତି, କିନ୍ତୁ ନ୍ୟୁଜିଲାଣ୍ଡ ଦଳ ପାକିସ୍ତାନରେ କ୍ରିକେଟ୍ ଖେଳିବାକୁ ମନା କରି ଦେଇଛି। ଦଳ ଆଜି ରାତିରେ ସ୍ଵଦେଶ ଫେରି ଯିବାକୁ ପ୍ରସ୍ତୁତି କରୁଛି।

ନ୍ୟୁଜିଲାଣ୍ଡ କ୍ରିକେଟ୍ ଦଳ କହିଛନ୍ତି ଯେ, ସେମାନଙ୍କୁ ସୁରକ୍ଷାର ବିପଦ ଥିଲା। ଏହାକୁ ଦୃଷ୍ଟିରେ ରଖି ପାକିସ୍ତାନ ଗସ୍ତ ଆମେ ବାତିଲ୍ କରିଛୁ। ନ୍ୟୁଜିଲାଣ୍ଡ ନିଜ ଦଳ ପ୍ରତି ଥିବା ସୁରକ୍ଷାକୁ ଦୃଷ୍ଟିରେ ରଖି ପାକିସ୍ତାନକୁ ଆଲର୍ଟ କରିଥିଲା। ହେଲେ ପାକିସ୍ତାନ ସରକାର ଏହାକୁ ଅଣଦେଖା କରିଥିଲା। ଏବେ ଇମ୍ରାନ ଖାନ ଗସ୍ତ ଜାରି ରଖିବାକୁ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କଲେ ମଧ୍ୟ ସବୁ ନିଷ୍ଫଳ ହୋଇଛି।

ପାକିସ୍ତାନ ନ୍ୟୁଜିଲାଣ୍ଡ କ୍ରିକେଟ୍‌ରଙ୍କ ସୁରକ୍ଷା ପାଇଁ ଅନେକ ବନ୍ଦୋବସ୍ତ କରିଥିଲା, ମାତ୍ର ନ୍ୟୁଜିଲାଣ୍ଡ ଅଧିକାରୀ ଏଥିରେ ସହମତ ନଥିଲେ। ଫଳସ୍ଵରୂପ ଶୁକ୍ରବାର ଦଳ ପାକିସ୍ତାନ ଗସ୍ତ ରଦ୍ଦ କରିଛି। କୁହାଯାଉଛି, ଏବେ ପାକିସ୍ତାନର କୁହାଳିଆ ଗୃହମନ୍ତ୍ରୀ ସନ୍ଧ୍ୟାରେ ପ୍ରେସ ବିବୃତି ଜାରି କରି ନିଜର ପ୍ରତିକ୍ରିୟା ରଖିବେ। ଜିଓ ନ୍ୟୁଜ୍ ଅନୁଯାୟୀ ବର୍ତ୍ତମାନ ଦୁ ଦଳକୁ ହୋଟେଲ୍‌ରେ ରହିବାକୁ କୁହାଯାଇଛି।

ନ୍ୟୁଜିଲାଣ୍ଡକୁ ଗୁଇନ୍ଦା ତଥ୍ୟ ମିଳିଥିଲା ଯେ କ୍ରିକେଟ୍ ଦଳ ପ୍ରତି ବିପଦ ରହିଛି। ଆଜି ରାତିରେ ନ୍ୟୁଜିଲାଣ୍ଡ କ୍ରିକେଟ୍ ଦଳ ସ୍ଵଦେଶ ଫେରି ପାରନ୍ତି। ନ୍ୟୁଜିଲାଣ୍ଡ ନିଜ ଖେଳାଳିଙ୍କୁ ଯଥା ଶୀଘ୍ର ସ୍ଵଦେଶ ଫେରାଇ ଆଣିବାକୁ ଚାହୁଁଛି। ଏହି ଘଟଣାକ୍ରମ ଉପରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଆସିନାହିଁ।

Leave A Reply

Your email address will not be published.