Odisha Link
Bridging the Missing Links in Odisha

ଟିକା ନ ନେବାରୁ ରାସନ କାର୍ଡ ଜବତ ସହ କାଟିଲେ ବିଜୁଳି ଓ ପାଣି

ଭୋପାଲ: କରୋନା ବିରୋଧରେ ଟିକା ବାଧ୍ୟମୂଳକ ନଥିବା ବେଳେ। ଜଣେ ବ୍ୟକ୍ତି ନିଜ ଇଚ୍ଛାରେ ହିଁ ଟିକା ନେଇପାରିବେ କିମ୍ବା ଏହାକୁ ପ୍ରତ୍ୟାଖ୍ୟାନ କରିପାରିବେ। କାହାକୁ ଟିକା ନେବାକୁ ବାଧ୍ୟ କରାଯାଇ ପାରିବ ନାହିଁ। କିନ୍ତୁ କିଛି ସ୍ଥାନରେ ଟିକା ନେବାକୁ ଅନିଚ୍ଛା ପ୍ରକାଶ କରୁଥିବା ଲୋକଙ୍କୁ ଅନେକ ପ୍ରକାରର ହଇରାଣ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି।

ମଧ୍ୟପ୍ରଦେଶରେ ଟିକା ନେବାକୁ ମନା କରିଥିବା ଗୋଟିଏ ପରିବାର ସହ ପ୍ରଶାସନ ଅମାନବୀୟକାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି। ଟିକା ନେବାକୁ ପରିବାର ଲୋକମନା କରିବାରୁ ସେମାନଙ୍କ ଘରକୁ ହୋଇଥିବା ବିଜୁଳି ସଂଯୋଗକୁ କାଟି ଦିଆଯାଇଛି।

ସେହିପରି ପାଣି ଯୋଗାଣ ବନ୍ଦ କରାଯାଇଥିବା ବେଳେ ପରିବାର ଲୋକଙ୍କ ରାସନ କାର୍ଡକୁ ଜବତ କରାଯାଇଛି। ଶୁକ୍ରବାର ଭାରତ ଟିକାକରଣରେ ବିଶ୍ୱ ରେକର୍ଡ କରିଥିବା ବେଳେ ମଧ୍ୟପ୍ରଦେଶରୁ ଏପରି ଘଟଣା ସାମ୍ନାକୁ ଆସିଛି।