Odisha Link
Bridging the Missing Links in Odisha

ପାରୋଲରେ ଆସି ଆତ୍ମହତ୍ୟା

ମାହାଙ୍ଗା: ପାରୋଲ୍‌ରେ ଆସିଥିବା କଏଦୀଙ୍କ ଆତ୍ମହତ୍ୟା। ମୃତ କଏଦୀ ଜଣଙ୍କ କଟକ ଜିଲ୍ଲା ମାହାଙ୍ଗା ଥାନା ବରାହିପୁର ଗାଁର ରାଜକିଶୋର ନାୟକ। ତେବେ ଆତ୍ମହତ୍ୟା କାରଣ ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି।

ସୂଚନା ମୁତାବକ, ରାଜକିଶୋର ନାୟକ ପୁରୀ କାକଟପୁର ଅଞ୍ଚଳର ହୋଇଥିବା ବେଳେ ଶ୍ଵଶୁର ଘର କଟକ ଜିଲ୍ଲା ମାହାଙ୍ଗା ଥାନା ବାରାହୀପୁରରେ ଦୀର୍ଘ ବର୍ଷ ହେବ ରହିଆସୁଥିଲେ। ସେ ୨୦୦୮ରେ ମାହାଙ୍ଗାର ତ୍ରିବେଣିଶ୍ୱର ବଜାରରେ ହୋଇଥିବା ବୋମାମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ତାଙ୍କର ସମ୍ପୃକ୍ତି ଥିବା ଅଭିଯୋଗରେ ଚୌଦାର ଜେଲ୍‌ରେ ସେ ଆଜୀବନ କଏଦୀ ଭାବେ ସଜ୍ଜା କାଟୁଥିଲେ।

ଗତ ମେ ମାସ ୨୧ ତାରିଖରେରେ କରୋନା ସଂକ୍ରମଣ ପାଇଁ ସେ ଘରକୁ ପାରୋଲରେ ଆସିଥିଲେ। ପାରୋଲ ଶେଷ ପରେ ଆଜି ତାଙ୍କର ଜେଲ ଫେରିବାର ଦିନ ଥିଲା। ହେଲେ ସକାଳୁ ବେକରେ ଏକ ଲୁଗାରେ ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଓ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ କଟକ ପଠାଇଛି।

Leave A Reply

Your email address will not be published.