Odisha Link
Bridging the Missing Links in Odisha

କାହିଁକି ହେଲା CDS ବିପିନ୍‌ ରାଓ୍ବତଙ୍କ ହେଲିକପ୍ଟର ଦୁର୍ଘଟଣା ?

ନ୍ୟପଟେ ବାୟୁସେନା କାହିଁକି ଓ କିଭଳି ଦୁର୍ଘଟଣା ହେଲା ସେ ନେଇ ତଦନ୍ତ ଆରମ୍ଭ କରିଛି।

ଭୁବନେଶ୍ବର: ଦେଶର ପ୍ରଥମ ପ୍ରତିରକ୍ଷା କର୍ମଚାରୀ ବିପିନ୍‌ ରାଓ୍ବତଙ୍କ ଦେହାନ୍ତ। ତାମିଲନାଡୁରେ ହୋଇଥିବା ହେଲିକପ୍ଟର ଦୁର୍ଘଟଣାରେ ବିପିନ୍‌ ରାଓ୍ବତଙ୍କ ସମେତ ମୋଟ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ଭାରତୀୟ ବାୟୁସେନା ପକ୍ଷରୁ ଟ୍ୱିଟ କରି ଏହି ସୂଚନା ଦିଆଯାଇଛି। ଜେନେରାଲ ରାୱତଙ୍କ ସମେତ ତାଙ୍କ ପତ୍ନୀ ମଧୁଲିକା ମଧ୍ୟ ପ୍ରାଣ ହରାଇଛନ୍ତି। ଏବେ କେବଳ ଗ୍ରୁପ କ୍ୟାପ୍ଟେନ ବରୁଣ ସିଂହ ୱେଲିଂଟନରେ ଥିବା ମିଲିଟାରୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଜେନେରାଲ ରାୱତ ଓ ଅନ୍ୟ ୧୨ ଜଣଙ୍କ ମୃତ୍ୟୁରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଠାରୁ ଆରମ୍ଭ କରି ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି।

ବାୟୁସେନା ଟ୍ୱିଟ କରି କହିଛି ଯେ ସିଡିଏସ ଜେନେରାଲ ବିପିନ ରାୱତ ଆଜି ତାମିଲନାଡୁର ନୀଲଗିରି ହିଲ୍ସର ୱେଲିଂଟନଠାରେ ଥିବା ଡିଫେନ୍ସ ସର୍ଭିସ ଷ୍ଟାଫ କଲେଜରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିଲେ। ସେଠାରେ ସେ ଷ୍ଟାଫ କୋର୍ସର ଅଫିସର ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରିଥାଆନ୍ତେ। କିନ୍ତୁ ଆମେ ଦୁଃଖ ଓ ପରିତାପର ସହ କହିବାକୁ ଚାହୁଁଛୁ ଯେ ହେଲିକପ୍ଟର କ୍ରାଶରେ ଜେନେରାଲ ବିପିନ ରାୱତ, ତାଙ୍କ ପତ୍ନୀ ମଧୁଲିକା ରାୱତ ଓ ଅନ୍ୟ ୧୧ ଜଣ ପ୍ରାଣ ହରାଇଛନ୍ତି। ଗ୍ରୁପ କ୍ୟାପ୍ଟେନ ବରୁଣ ସିଂହ ଏବେ ୱେଲିଂଟନ ଠାରେ ଥିବା ମିଲିଟାରୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ତେବେ କେମିତି ଓ କାହିଁକି ହେଲା ହେଲିକ୍ୟାପ୍ଚର ଦୁର୍ଘଟଣା ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଅନ୍ୟପଟେ ବାୟୁସେନା କାହିଁକି ଓ କିଭଳି ଦୁର୍ଘଟଣା ହେଲା ସେ ନେଇ ତଦନ୍ତ ଆରମ୍ଭ କରିଛି। ବିଶେଷ କରି ଉଦ୍ଧାର କାର୍ଯ୍ୟ, ସେନା ପରିବହନ, ଅସ୍ତ୍ରଶସ୍ତ୍ର ସ୍ଥାନାନ୍ତରଣ, ଫାୟାର ସପୋର୍ଟ ଓ ପାଟ୍ରୋଲିଙ୍ଗ କାମରେ ବ୍ୟବହାର ହୋଇଥାଏ । ବିଶ୍ୱର ଅନ୍ୟତମ ଅତ୍ୟାଧୁନିକ ହେଲିକପ୍ଟର ଭାବେ ଏହାର ଖ୍ୟାତି ରହିଛି । ଆବଶ୍ୟକ ପଡ଼ିଲେ ଏହା ଯୁଦ୍ଧ କରିବାକୁ ମଧ୍ୟ ସକ୍ଷମ। ଏତେ ସବୁ ସୁବିଧା ଥିବା ହେଲିକ୍ୟାପ୍ଟରଟି ଦୁର୍ଗଟଣା ହୋାଇ ସାରା ଦେଶକୁ ସ୍ତବ୍ଧ କରି ଦେଇଛି।

ଜାଣନ୍ତୁ ହେଲିକ୍ୟାପ୍ଚର ଦୁର୍ଘଟଣାଗ୍ରସ୍ତ ହେବାର ପୁରା ଘଟଣାକ୍ରମ :

-ସକାଳ ୯ଟାରେ ଦିଲ୍ଲୀରୁ ଉଡାଣ ଭରିଲା ସ୍ୱତନ୍ତ୍ର ବିମାନ।
-ଦିନ ୧୧ଟା ୩୫ ମିନିଟରେ ସୁଲୁର ବାୟୁସେନା ଘାଟିରେ ପହଞ୍ଚିଲା ବିମାନ। ବିମାନରେ ଯାତ୍ରା କରୁଥିଲେ ସିଡିଏସ ବିପିନ ରାୱତ, ତାଙ୍କ ପତ୍ନୀ, ସେନା ଅଧିକାରୀ ଏବଂ ୫ ଚାଳକ ଦଳ ସଦସ୍ୟ।
-ମଧ୍ୟାନ୍ନ ୧୨ଟା ସମୟରେ ନନଛାପ, କଟେରୀ ଅଞ୍ଚଳରେ ଘଟିଲା ଏହି ଦୁର୍ଘଟଣା।
-ଦୁର୍ଘଟଣାସ୍ଥଳ ଠାରୁ ୯୪ କିମି ଦୂରରେ ରହିଛି ସୁଲୁର ବାୟୁସେନା ଘାଟି।
-ୱେଲିଂଟନ୍‌ ଆର୍ମୀ କ୍ୟାମ୍ପ ଠାରୁ ୧୬ କିମି ଦୂରରେ ଘଟିଛି ଏହି ଦୁର୍ଘଟଣା।
-ଘଟଣାସ୍ଥଳରୁ ୱେଲିଂଟନ୍‌ ଆର୍ମୀ କ୍ୟାମ୍ପ ଠାମ୍ପରେ ପହଞ୍ଚିବାର ସମୟ ମାତ୍ର ୫ ମିନିଟ୍।

ଜାଣନ୍ତୁ କିଛି ଅଜଣା କଥା:

ବିପିନ ରାୱତ ଉତ୍ତରାଖଣ୍ଡର ପୌଡ଼ି ଗଡ଼ୱାଲରେ ଜନ୍ମଗ୍ରହଣ କରିଥିଲେ । ସେ ୧୯୭୮ ପରଠାରୁ ଭାରତୀୟ ସେନାରେ କାର୍ଯ୍ୟ କରୁଥିଲେ। ଜେନେରାଲ ବିପିନ ରାୱତ ସେଣ୍ଟ ଏଡୱାର୍ଡ ସ୍କୁଲ, ଶିମଲା ଏବଂ ନ୍ୟାସନାଲ ଡିଫେନ୍ସ ଏକାଡେମୀ, ଖଡକାସାଲାର ଜଣେ ପୂର୍ବତନ ଛାତ୍ର । ସେ ଡିସେମ୍ବର ୧୯୭୮ ରେ ଭାରତୀୟ ମିଲିଟାରୀ ଏକାଡେମୀ, ଡେରାଡୁନରୁ ଏକାଦଶ ଗୋର୍ଖା ରାଇଫଲ୍ସର ୫ ମ ବାଟାଲିୟନରେ ନିଯୁକ୍ତ ହୋଇଥିଲେ, ଯେଉଁଠାରେ ତାଙ୍କୁ ‘ସ୍କ୍ୱାର୍ଡ଼ ଅଫ ଅର୍ଣ୍ଣର’ ରେ ସମ୍ମାନିତ କରାଯାଇଥିଲା ।

Leave A Reply

Your email address will not be published.