Odisha Link
Bridging the Missing Links in Odisha

ସୋଆ ମୁନ୍‌ ୨୦୨୧ ଉଦ୍‌ଯାପିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ ସୋଆ ମଡେଲ ୟୁନାଇଟେଡ୍ ନେସନସ୍ (ସୋଆ ମୁନ୍‌ ୨୦୨୧) ଉଦ୍‌ଯାପିତ ହୋଇଯାଇଛି। ଗତ ଡିସେମ୍ବର ୪ ତାରିଖ ଏହି କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଥିବା ବେଳେ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି।

ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍‌ର ଡିନ୍ ପ୍ରପେସର ବିଜୟ କୁମାର ସାହୁ ଓ ସିନିୟର ପ୍ରଫେସର ସରୋଜ ମହାନ୍ତି ଯୋଗ ଦେଇଥିଲେ।

ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଦାସ ଛାତ୍ରଛାତ୍ରୀମାନେ ନିଜ ମଧ୍ୟରେ ଥିବା ଅର୍ନ୍ତନିହିତ ଶକ୍ତିକୁ ଅନୁଭବ କରି ଭବିଷ୍ୟତର ବିଶ୍ୱକୁ ପରିବର୍ତନ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ। ସେହିପରି ପ୍ରଫେସର ସାହୁ କହିଥିଲେ ଯେ ଲକ୍ଷ୍ୟ ହାସଲ ପାଇଁ କିଛି ବି ଅସମ୍ଭବ ନୁହେଁ।

ଏହି କାର୍ଯ୍ୟକ୍ରମରେ ସୋଆ ମୁନ୍‌ର ସେକ୍ରେଟାରୀ ଜେନେରାଲ୍ ଅଂଶୁମାନ ରାୟ, ଡେପୁଟି ସେକ୍ରେଟାରୀ ଜେନେରାଲ୍ ଶାସ୍ୱତ ମହାପାତ୍ର ଓ ଦିନେଶ ପାଣି ସୋଆ ମୁନ୍‌ ୨୦୨୧ର ସଫଳତା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ। ଶେଷରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।

Leave A Reply

Your email address will not be published.