Odisha Link
Bridging the Missing Links in Odisha

୨୧ ବର୍ଷ ପରେ ଭାରତକୁ ମିଳିଲା ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ

ସମସ୍ତଙ୍କୁ ପଛରେ ପକାଇ ୭୦ ତମ ମିସ୍‌ ୟୁନିଭର୍ସ ମୁକୁଟ ହାତେଇଛନ୍ତି ଭାରତୀୟ ଝିଅ।

ନୂଆଦିଲ୍ଲୀ: ବିଶ୍ବ ଦରବାରରେ ପୁଣିଥରେ ଭାରତୀୟଙ୍କ ଦବଦବା। ୨୧ ବର୍ଷ ପରେ ଭାରତକୁ ମିଳିଲା ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ। ମିସ୍‌ ୟୁନିଭର୍ସ ୨୦୨୧ର ମୁକୁଟ ପିନ୍ଧିଲେ ଭାରତୀୟ ଝିଅ ହରନାଜ୍‌ କୌର। ଇସ୍ରାଏଲରେ ଆୟୋଜିତ ହୋଇଥିଲା ୭୦ ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତା। ତେବେ ସମସ୍ତଙ୍କୁ ପଛରେ ପକାଇ ୭୦ ତମ ମିସ୍‌ ୟୁନିଭର୍ସ ମୁକୁଟ ହାତେଇଛନ୍ତି ଭାରତୀୟ ଝିଅ।

ଚଣ୍ଡୀଗଡର ସିଖ୍ ପରିବାରରେ ଜନ୍ମଗ୍ରହଣ କରିଛନ୍ତି ବ୍ରହ୍ମାଣ୍ଡ ସୁନ୍ଦରୀ ହରନାଜ କୌର ସିନ୍ଧୁ। ୨୦୧୭ରେ ମିସ୍ ଚଣ୍ଡୀଗଡର ଟାଇଟଲ ହାସଲ କରିଥିଲେ। ଏହା ପରେ ୨୦୧୮ରେ ହରନାଜ୍ ମ୍ୟାକ୍ସ ଇମର୍ଜିଂ ଷ୍ଟାର ଇଣ୍ଡିଆ ୨୦୧୮ ମୁକୁଟ ପାଇଥିବାବେଳେ। ଦୁଇ ଦୁଇଟି ସଫଳତା ହାସଲ ପରେ ୨୦୧୯ରେ ସେ ମିସ୍ ଇଣ୍ଡିଆ ଭାଗ ନେଇଥିଲେ ଆଉ ଟପ୍ ୧୨ରେ ସ୍ଥାନ ପକ୍କା କରିଥିଲେ ହରନାଜ।

ହରନାଜ୍‌ଙ୍କ ପୂର୍ବରୁ ଶେଷଥର ପାଇଁ ୨୦୦୦ରେ ଏହି ଟାଇଟଲ ଲାରା ଦତ୍ତ ଜିତିଥିଲେ । ତା ପରେ ଆଉ କୌଣସି ପ୍ରତିଯୋଗି ଭାରତ ପାଇଁ ସଫଳତା ଆଣିନଥିଲେ । ଏବେ ହରନାଜ୍ ୨୧ ବର୍ଷ ପରେ ଭାରତକୁ ଏହି ଗୌରବ ଆଣିଦେଇଛନ୍ତି । ଏହାକୁ ମିଶାଇ ଭାରତ ତୃତୀୟ ଥର ଏହି ଟାଇଟଲ ହାସଲ କରିଛି । ପ୍ରତିଯୋଗିତାରେ ହରନାଜ୍ କୌର ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ମିସ୍ ପରାଗ୍ୱେ ଦ୍ୱିତୀୟ ସ୍ଥାନରେ, ମିସ୍ ସାଉଥ ଆଫ୍ରିକା ତୃତୀୟ ସ୍ଥାନରେ ରହିଥିଲେ।

Leave A Reply

Your email address will not be published.