Odisha Link
Bridging the Missing Links in Odisha

ପାହାନ୍ତିଆରୁ ‘ପୁଷ୍ପା’ ପାଇଁ ଅସମ୍ଭାଳ ଭିଡ଼

ବ୍ରହ୍ମପୁର: ବଡ଼ ପରଦାରେ ବହୁଭାଷୀ ଚଳଚ୍ଚିତ୍ର ପୁଷ୍ପା ଦି ରାଇଜ୍। ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଏବଂ ରଶ୍ମିକା ମାନ୍ଦାନାଙ୍କ ଫିଲ୍ମ ପୁଷ୍ପା ପ୍ରତୀକ୍ଷାର ଅନ୍ତ ଘଟାଇ ଆଜି ବଡ଼ ପରଦାରେ ରିଲିଜ୍‌ ହୋଇଛି। ଫିଲ୍ମର ପ୍ରଥମ ସୋ ଦେଖିବା ପାଇଁ ଫିଲ୍ମ ହଲ୍‌ ସାମ୍ନାରେ ଦେଖିବାକୁ ମିଳିଛି ଖଚାଖଚ୍‌ ଭିଡ଼। ବ୍ରହ୍ମପୁରର ଗୌତମ ହଲରେ ସକାଳ ୫ଟା ୪୫ରେ ଫିଲ୍ମର ପ୍ରଥମ ଶୋ’ ଦେଖିବା ପାଇଁ ହଲ୍‌ ଆଗରେ ଦେଖିବାକୁ ମିଳିଛି ଅସମ୍ଭାଳ ଭିଡ଼।

ସୁକୁମାରଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ଆନ୍ଧ୍ରପ୍ରଦେଶର ପାହାଡ଼ରେ ଥିବା ଲାଲ୍ ସାଣ୍ଡର୍ ଡାକୁ ମାନଙ୍କ ଉପରେ ଆଧାରିତ। ଅଭିନେତା ଫାହାଦ୍ ଫାସିଲ ଏହି ଫିଲ୍ମରେ ଏକ ନକାରାତ୍ମକ ଚରିତ୍ରରେ ଅଭିନୟରେ ନଜର ଆସିଛନ୍ତି।

ଚଳଚ୍ଚିତ୍ରର ନିର୍ମାତା ନବୀନ ୟର୍ନେନି ଏବଂ ମଇଥ୍ରୀ ମୁଭି , ମେକର୍ସ ଣ. ରବି ଶଙ୍କର ମିଳିତ ଭାବେ କହିଛନ୍ତି “ଆମର ପ୍ରୟାସ ମନୋରଞ୍ଜନ ଯୋଗାଇବା ଏବଂ ଦର୍ଶକଙ୍କ ପାଇଁ ଏକ ନାଟ୍ୟ ରିଲିଜ୍‌ର ଅଭିଜ୍ଞତାକୁ ସ୍ମରଣୀୟ କରିବା ଦିଗରେ ନିର୍ଦ୍ଦେଶ ଦିଆଯାଇଛି। ‘ପୁଷ୍ପା: ଦି ରାଇଜ୍’ରେ ଏହା ଏକ ଚଳଚ୍ଚିତ୍ର ଯେଉଁଥିରେ ଏକ ନିଆରା ଡାକୁ ମାନଙ୍କୁ ଚିତ୍ରିତ କରାଯାଇଛି। ଏଭଳି କାହାଣୀ ଭାରତୀୟ ସିନେମାରେ ପୁର୍ବରୁ ଦେଖାଯାଇ ନାହିଁ ବୋଲି ସେ କହିଛନ୍ତି ।

‘ପୁଷ୍ପା: ଦି ରାଇଜ୍’ ମୁଥମସେଟ୍ଟି ମିଡିଆ ସହ ମିଳିତ ଭାବରେ ମଇଥ୍ରୀ ମୁଭି ନିର୍ମାତାଙ୍କ ୟର୍ନେନି ଏବଂ ରବି ଶଙ୍କରଙ୍କ ଦ୍ୱାରା ନିର୍ମିତ । ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦେଶକ ହେଉଛନ୍ତି ଦେବ ଶ୍ରୀ ପ୍ରସାଦ। ତେବେ ଏହି ଫିଲ୍ମଟି ଦୁଇ ଭାଗରେ ରିଲିଜ ହେଉଥିବା ବେଳେ ଏହାର ଦ୍ୱିତୀୟ ଭାଗ ୨୦୨୨ ରେ ମୁକ୍ତିଲାଭ କରିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.