Odisha Link
Bridging the Missing Links in Odisha

ଲୋକସେବା ଭବନରେ କରୋନା, ୧୫ ଜଣ କର୍ମଚାରୀ ପଜିଟିଭ ଚିହ୍ନଟ

ଭୁବନେଶ୍ବର: ଲୋକସେବା ଭବନରେ କରୋନାର ଏଣ୍ଟ୍ରି। କୋଭିଡର ନୂଆ ଭାରିଏଣ୍ଟ ‘ଓମିକ୍ରନ’କୁ ନେଇ ଆଶଙ୍କା ଲାଗି ରହିଥିବା ବେଳେ ରାଜ୍ୟ ସରକାରଙ୍କ ଇସ୍ପାତ ଓ ଖଣି ବିଭାଗର ୧୫ ଜଣ କର୍ମଚାରୀ ସଂକ୍ରମିତ ହୋଇଛନ୍ତି। ଏଥିପାଇଁରାଜ୍ୟ ସରକାର ୨ ଦିନ ପାଇଁ ଏହି ବିଭାଗର କାର୍ଯ୍ୟାୟକୁ ବନ୍ଦ କରିଛନ୍ତି। ଯାହାଫଳରେ ଲୋକସେବା ଭବନରେ ଥିବା ଅଫିସ୍‌ ୨ ଦିନ ବନ୍ଦ ରହିଛି।

ରାଜ୍ୟ ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, ବିଭାଗର ୧୫ଜଣ କର୍ମଚାରୀ କୋଭିଡ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଏହାକୁ ଦୃଷ୍ଟିରେ ରଖି ସାଧାରଣ ପ୍ରଶାସନ ବିଭାଗର ନିର୍ଦ୍ଦେଶନାମା ଅନୁସାରେ ଆସନ୍ତା ୪୮ଘଣ୍ଟା ପାଇଁ ବିଭାଗର ଅଫିସକୁ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ଆସନ୍ତା ୧୮ତାରିଖରୁ ବିଭାଗର କାର୍ଯ୍ୟାଳୟ ଖୋଲିବ ଓ ସ୍ୱାଭାବିକ ଭାବେ କାର୍ଯ୍ୟ ହେବ ବୋଲି ବିଭାଗର ନିର୍ଦ୍ଦେଶନାମାରେ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଲୋକସେବା ଭବନର କର୍ମଚାରୀମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ କୋଭିଡ୍ ଟିକା ନେବାକୁ ସରକାର ପଦକ୍ଷେପ ନେଇଥିଲେ । ଏବେ ଗୋଟିଏ ବିଭାଗର ଏତେ ସଂଖ୍ୟକ କର୍ମଚାରୀ କିଭଳି କୋଭିଡ-୧୯ ସଂକ୍ରମିତ ହେଲେ ସେ ନେଇ କେହି ସ୍ପଷ୍ଟ ଭାବେ କିଛି ସୂଚନା ଦେଇପାରୁ ନାହାନ୍ତି।

Leave A Reply

Your email address will not be published.