Odisha Link
Bridging the Missing Links in Odisha

ଅନୁଭବଙ୍କ ରାତିଅଧିଆ ପୋଷ୍ଟରେ ଜାଗ୍ରତି ରଖିଲେ ପ୍ରତିକ୍ରିୟା, କହିଲେ-ଓଡ଼ିଶା ନୁହେଁ…

ଭୁବନେଶ୍ବର: ଅଭିନେତାରୁ ନେତା ସାଜିଥିବା ଅନୁଭବ ମହାନ୍ତିଙ୍କ ରାତି ଅଧିଆ ପୋଷ୍ଟକୁ ନେଇ ଚର୍ଚ୍ଚା ସରିନଥିବା ବେଳେ ତାଙ୍କ ବାନ୍ଧବୀ ଜାଗ୍ରତି ଶୁକ୍ଳାଙ୍କ କମେଣ୍ଟକୁ ନେଇ ଆରମ୍ଭ ହୋଇଛି ଜୋରଦାର ଚର୍ଚ୍ଚା। ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଓ ଅନୁଭବଙ୍କ ମଧ୍ୟରେ ଲାଗି ରହିଥିବା ପାରିବାରିକ ବିବାଦ ମାମଲା କୋର୍ଟରେ ବିଚାରୀଧୀନ ଥିବା ବେଳେ ସୋସିଆଲ ମିଡିଆରେ ନ୍ୟାୟ ମାଗିଥିଲେ ଅନୁଭବ ମହାନ୍ତି। ଆଉ ତାଙ୍କ ସପକ୍ଷରେ ବାହାରିଛନ୍ତି ଜାଗ୍ରତି ଶୁକ୍ଳା।

ସୋସିଆଲ ମିଡିଆ ସାଇଟ୍‌ ଫେସବୁକ୍‌ ଓ ଟ୍ବିଟରରେ ସିରିଜ ପୋଷ୍ଟ କରିଥିଲେ ଅନୁଭବ। ବର୍ଷାଙ୍କ ସହ ପାରିବାରିକ ବିବାଦ ମାମଲାରେ ନିଜକୁ ପୀଡ଼ିକ ଦର୍ଶାଇ ନ୍ୟାୟ ଭିକ୍ଷା କରିଛନ୍ତି ଅଭିନେତା ତଥା ରାଜନେତା ଅନୁଭବ ମହନ୍ତି। ବର୍ଷକ ତଳର କିଛି ଭିଡିଓକୁ ପୋଷ୍ଟ କରି ସେ ନିର୍ଦ୍ଦୋଷ ବୋଲି ଦର୍ଶାଇଥିଲେ।

ସେହି ପୋଷ୍ଟରେ ଅନୁଭବଙ୍କ ବାନ୍ଧବୀ ଜାଗ୍ରତି ଶୁକ୍ଳା କେମଣ୍ଟ ବକ୍ସରେ ନିଜ ମତାମତ ଦେଇଛନ୍ତି। ଜାଗ୍ରତି ଲେଖିଛନ୍ତି ଯେ, ଆପଣଙ୍କ ସହ କେବଳ ଓଡ଼ିଶା ନୁହଁ ପୁରା ଭାରତ ଅଛି। ଆପଣଙ୍କ ବିରୋଧିମାନେ ଅସୁରକ୍ଷିତ ଓ ଇର୍ଶାନ୍ବିତ ମନେ କରୁଛନ୍ତି । ଏବଂ ସେମାନେ ରାଜନୈତିକରେ ପ୍ରେରିତ ହୋଇ ଅନ୍ୟର ଇଙ୍ଗିତରେ ନାଚୁଛନ୍ତି। ଆପଣ ନିଜ ଘରେ ପଶିବାକୁ ଚାବି ମାଗୁଥିବା ଜାଣି ମୁଁ ହତାଶ ହୋଇଛି। #StopMisuseofWomenCentricLaws। ନିଜ ସୁବିଧା ପାଇଁ ଅପବ୍ୟବହାର ନକରିବାକୁ ଆମକୁ ସୁରକ୍ଷା ଦେବା ପାଇଁ (ମହିଳା) ପାଇଁ ୫୦ରୁ ଅଧିକ ଆଇନ ଅଛି ବୋଲି ଜାଗୃତି କହିଛନ୍ତି। ତେବେ ଜାଗ୍ରତି ଙ୍କ କମେଣ୍ଟ ଦେଖିଲେ ମତାମତ ନୁହେଁ ବରଂ ସମବେଦନା ଭଳି ମନେ ହେଉଥିବା କିଛି ସୋସିଆଲ ମିଡିଆ ୟୁଜର କମେଣ୍ଟ ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ୧୯ ତାରିଖରେ ସାଂସଦ ଅନୁଭବ ମହାନ୍ତି (ତାଙ୍କ ପାରିବାରିକ ବିବାଦକୁ ନେଇ ଫେସବୁକ ଓ ଟ୍ବିଟରରେ ସିରିଜ ପୋଷ୍ଟ କରିଥିଲେ। ସେ ଏକ ନୋଟ ଲେଖିବା ସହ ଲଗାତାର ତିନୋଟି ଭିଡିଓ ସେୟାର କରିଥିଲେ। ଆଉ ଏହି ପୋଷ୍ଟ ମାଧ୍ୟମରେ ଅନୁଭବ ନିଜର ବର୍ଷେ ତଳର ବ୍ୟଥା ବଖାଣିଥିଲେ।

ଅନୁଭବ ଲେଖିଥିଲେ ଯେ, ମୋର କିମ୍ବା ମୋ ପରିବାରର ଉଦ୍ଦେଶ୍ୟ ବର୍ଷାଙ୍କୁ ଘରୁ ବାହାର କରିବାର ନଥିଲା। ଜରୁରୀ କାମ ପାଇଁ ମୁଁ କିଛି ସମୟ ଘରକୁ ଯିବାକୁ ଚାହୁଁଥିଲି। ଏହା ବଦଳରେ ମୋତେ ଅଟକା ଯାଇଥିଲା। ମାମଲାର ଚୂଡାନ୍ତ ରାୟ ନ ଆସିବା ଯାଏଁ ସେ କିମ୍ବା ତାଙ୍କ ପରିବାର ବର୍ଷାଙ୍କୁ ଘରୁ ବାହାର କରିବାର କୌଣସି ଉଦ୍ଦେଶ୍ୟ ନାହିଁ ବୋଲି କହିଥିଲେ।

ସେ ଆହୁରି ଲେଖିଛନ୍ତି ଯେ, ଆମେ ନୀରିହ ଓ ଏହାକୁ ପ୍ରମାଣିତ ମଧ୍ୟ କରିଛୁ। ତଦନ୍ତରେ ନିରପେକ୍ଷତା ରହିବା ଦରକାର। ଯିଏ ଭୁଲ୍ କରିଛି ସେ ଦଣ୍ଡ ପାଉ। କିନ୍ତୁ ଯିଏ ନିର୍ଦ୍ଦୋଷ ତାକୁ ଦଣ୍ଡ ନମିଳୁ। ତାଙ୍କ ମା, ଭାଇଙ୍କ ପତ୍ନୀ ଓ ଝିଆରୀ ବି ମହିଳା, ସେମାନଙ୍କୁ କାହିଁକି ନ୍ୟାୟରୁ ବଞ୍ଚିତ କରାଯାଉଛି। ଏହା ବହୁତ ଯନ୍ତ୍ରଣାଦାୟକ ବୋଲି ଅନୁଭବ କହିଥିଲେ।

Leave A Reply

Your email address will not be published.