Odisha Link
Bridging the Missing Links in Odisha

ୟୁପିରେ ବିଜେପିର ଡବଲ ଇଞ୍ଜିନ ସରକାର ଲୋକଙ୍କ ଜୀବନଶୈଳିକୁ ପରିବର୍ତ୍ତନ କରିଛି: ଧର୍ମେନ୍ଦ୍ର

ଉତ୍ତରପ୍ରଦେଶ: ଉତରପ୍ରଦେଶର ନାଗରିକଙ୍କ ଆଶୀର୍ବାଦ ସର୍ବଦା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ରହିଛି। ୟୁପିରେ ବିଜେପିର ଡବଲ ଇଞ୍ଜିନ ସରକାର ଲୋକଙ୍କ ଜୀବନଶୈଳିକୁ ପରିବର୍ତନ କରିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ୟୁପିର ନିର୍ବାଚନ ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନ। ଉତ୍ତରପ୍ରଦେଶର ମଉ ଜିଲ୍ଲା ସ୍ଥିତ ଘୋସୀ ସମେତ ବିଭିନ୍ନ ସ୍ଥାନରେ ଦଳ ପକ୍ଷରୁ ଆୟୋଜିତ ‘ଜନ ବିଶ୍ୱାସ ଯାତ୍ରା’ରେ ସାମିଲ ହୋଇ କେନ୍ଦ୍ରମନ୍ତ୍ରୀ ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାରାଥନ ନିର୍ବାଚନୀ ପ୍ରଚାର କରିଛନ୍ତି।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉଫରେ ଉତର ପ୍ରଦେଶ ବାସୀ ଆସ୍ଥାପ୍ରକଟ କରିଛନ୍ତି । ବିଜେପିର ଡବଲ ଇଞ୍ଜିନ ସରକାର ପ୍ରଦେଶର ଲୋକଙ୍କୁ ଜନଧନ ଖାତାରେ ସିଧାସଳଖ ଟଙ୍କା ପଠାଇବା ସହ ପକ୍କା ଘର ନିର୍ମାଣ କରିବା ପାଇଁ ଟଙ୍କା ଦେଇଛି। ସୌଭାଗ୍ୟ ଯୋଜନାରେ ବିଜୁଳି, ଉଜ୍ଜଳା ଯୋଜନାରେ ଗ୍ୟାସ କନେକ୍ସନ, କରୋନା ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ଖାଦ୍ୟାନ୍ନ, ଆୟୁଷ୍ମାନ ଭାରତରେ ସ୍ୱାସ୍ଥ୍ୟର ସୁରକ୍ଷା ପ୍ରଦାନ କରିଛି। ମୋଦିଜୀ ଯୋଗୀଜୀ ନାଗରିକଙ୍କୁ ସ୍ୱାଭିମାନ ଦ୍ୱାରା ଜୀବନଯାପନ କରିବାର ସୁଯୋଗ ଦେଇଛନ୍ତି । ମୋଦି ଏବଂ ଯୋଗୀ ସରକାର ଗରିବ, ବଂଚିତ, ଦଳିତ, ମହିଳା ଏବଂ ଯୁବପିଢିଙ୍କୁ କେନ୍ଦ୍ରବିନ୍ଦୁରେ କାମ କରୁଥିବା ସରକାର।

ଜନଆଶୀର୍ବାଦ କାରଣରୁ ଚା’ ବିକୁଥିବା ବିକ୍ରି କରୁଥିବା ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି। ‘ସବକା ସାଥ୍‌, ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ’ ମନ୍ତ୍ରରେ ଦଳ ଆଗକୁ ବଢ଼ୁଛି। କରୋନା ସମୟରେ ବିଶ୍ୱ ଦୋଛକିରେ ଛିଡ଼ା ହୋଇଥିଲା । ସେହି ସମୟରେ ଉତ୍ତରପ୍ରଦେଶ ଭଳି ବଡ଼ ରାଜ୍ୟରେ ଗରିବ, ଅସହାୟ, ଚାଷୀ ଓ ମହିଳା ଲୋକଙ୍କୁ ଆର୍ଥିକ ସାହାଯ୍ୟ ଓ ସହଯୋଗ ଦିଆଯାଇଛି । ମୋଦି ସରକାରରେ ଉତରପ୍ରଦେଶ ନାଗରିକ ଆଜି ସୁରକ୍ଷିତ ଅଛନ୍ତି। କଂଗ୍ରେସ କ୍ଷମତାରେ ସମୟରେ ଦିଲ୍ଲୀରୁ ଆସୁଥିବା ପଇସା ଲୋକଙ୍କ ପାଖରେ ଠିକ୍‌ରେ ପହଁଚୁନଥିଲା।

ମାତ୍ର ଆଜି ମୋଦି ସରକାରଙ୍କ ଜନଧନ ଭଳି ଅନେକ ଯୋଜନାରେ ଲୋକଙ୍କ ପାଖରେ ସିଧାସଳଖ ଟଙ୍କା ପହଁଚିପାରୁଛି। ଡବଲ ଇଞ୍ଜିନ ସରକାର ଯୋଗୁଁ ହିଁ ଏହା ସମ୍ଭବ ହୋଇପାରିଛି। ଆଜି ମୋଦି ଓ ଯୋଗୀଙ୍କ ସରକାରରେ ଗୁଣ୍ଡାଗର୍ଦ୍ଦି କରୁଥିବା ଲୋକ ଜେଲରେ ଅଛି। ଆଜିର ସରକାର ବିକାଶ, ଉନ୍ନୟନମୂଳକ କାର୍ଯ୍ୟର ଏବଂ ସମସ୍ତଙ୍କୁ ସୁରକ୍ଷା ଦେବାର ସରକାର ହେବା ଦରକାର। ଯାହା ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରି ଦେଖାଇଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Leave A Reply

Your email address will not be published.