Odisha Link
Bridging the Missing Links in Odisha

କୁହୁଡ଼ିର ଚାଦରରେ ରହିବ ଓଡ଼ିଶା

ଭୁବନେଶ୍ବର: ରାଜ୍ୟରେ ପାଗ କୋହଲା ରହିବା ସହ କିଛି ଜିଲ୍ଲାରେ ବର୍ଷା ମଧ୍ୟ ହୋଇଛି। ଯାହାଫଳରେ ରାଜ୍ୟରେ ଶୀତ ଲହରୀ ସାମାନ୍ୟ ହ୍ରାସ ପାଇଛି। ହେଲେ ସାରା ରାଜ୍ୟରେ ଦେଖିବାକୁ ମିଳୁଛି ଘନ କୁହୁଡ଼ି। ଅପରପକ୍ଷେ ଦକ୍ଷିଣପଶ୍ଚିମ ମଧ୍ୟପ୍ରଦେଶରୁ ଦକ୍ଷିଣ ବିହାର ଉପରେ ଏକ ଘୂର୍ଣ୍ଣିବଳୟ ଗତି କରୁଛି। ଯାହାକି ବିହାରରୁ ତେଲଙ୍ଗାନା ଦେଇ ପୂର୍ବ ମଧ୍ୟ ପ୍ରଦେଶ ଓ ଭିଦ୍ରବ ଯାଏ ଲମ୍ବିଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଆଗାମୀ ୨ ଦିନ ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ପରବର୍ତ୍ତୀ ୩ ଦିନରେ ତାପମାତ୍ରା ଆସ୍ତେ ଆସ୍ତେ ୩ରୁ ୫ ଡିଗ୍ରୀ ସେଲସିୟସ୍ ଯାଏ ହ୍ରାସ ପାଇବ।

ଆଗାମୀ ୨୪ ଘଣ୍ଟାରେ ପ୍ରବଳ ବର୍ଷା ଓ କୁଆପଥର ବୃଷ୍ଟି ନେଇ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ସତର୍କ ସୂଚନା ରହିଛି । ବର୍ଷା ପରେ ଆଉ ୨ ଦିନ ଘନ କୁହୁ଼ଡ଼ି ଲାଗି ରହିବ ।

୩୧ ତାରିଖରେ ଘନ କୁହୁଡ଼ି ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ ଓ କଟକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।

Leave A Reply

Your email address will not be published.